

ମାଲକାନଗିରି -ମାଲକାନଗିରି -ବାଲିମେଳା ମୁଖ୍ୟ ସଡ଼କର ଗୌଡ଼ଗୁଡା ଛକ ରେ ଆଜି ସକାଳୁ ମର୍ମଦୃତ ସଡ଼କ ଦୃଘଟଣାରେ ମାମୁ ଭଣଜା ମୃତ୍ୟୁ ବରଣ କରିଥିବାବେଳେ ଭଉଣୀ ଗୁରୁତର ଆହତ ହୋଇ ଥିବା ଜଣାପଡିଛି!ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଗୌଡ଼ଗୁଡା ପଞ୍ଚାୟତ ଏମଭି ୯ ଗ୍ରାମର ମିଥୁନ ବିଶ୍ୱାସ (୨ ୫ )ନିଜ ମୋଟର ସାଇକେଲ ନମ୍ବର ଓଡି ୧ 0ଏନ ୬ ୨ ୭ ୩ ରେ ଏମଭି ୧ ଗ୍ରାମରେ ବାହା ହୋଇଥିବା ନିଜ ଭଉଣୀ ସୁଚିତ୍ରା ଓ ୩ ବର୍ଷ ର ଭଣଜା ପିୟୁଷ କୁ ଧରି ଆଜି ସକାଳୁ ନିଜ ଗ୍ରାମକୁ ଫେରୁଥିଲେ!ଏହି ସମୟରେ ଗୌଡ଼ଗୁଡା ଛକ ନିକଟରେ ବାଲିମେଳା ପଟୁ ଆସୁଥିବା ଧାନ ବୋଝେଇ ଟ୍ରକ ସିଜି ୧ ୭ କେ ଆର ୬ ୨ ୭ ୩ ଧକ୍କା ଦେବାରୁ ଘଟଣା ସ୍ଥଳରେ ମାମୁ ଭଣଜା ମୃତ୍ୟୁ ବରଣ କରିଥିବାବେଳେ ଭଉଣୀ ସୁଚିତ୍ରା ଗୁରୁତର ଆହତ ହୋଇ ପଡ଼ିଥିଲେ!ଏହା ଦେଖି ବାଟରେ ଯାଉଥିବା ଲୋକ ମାନେ ଆମ୍ବୁଲାନ୍ସ କୁ ଫୋନକରିଥିଲେ!ସୁଚିତ୍ରା ଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି!ଖବର ପାଈଁ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ ଘଟଣା ସ୍ଥଳରେ ପହଞ୍ଚି ଗାଡି ୨ ଟି କୁ ଜବତ କରିବା ସହ ଟ୍ରକ ଡ୍ରାଇଭର କୁ ଗିରଫ କରିଥିଲେ!ମୃତ ମାମୁ ଭଣଜା ଙ୍କ ଶବ ପୋଲିସ ବ୍ୟବଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଚଳାଇଛି!