କନ୍ଧମାଳ – ସଂପ୍ରତି କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦୃତଗତିରେ ବଢି ଚାଲିଥିବା ବେଳେ ଆନୁଷ୍ଠାନିକ ପ୍ରସବକୁ ନେଇ ଚିନ୍ତାରେ ଗର୍ଭବତୀ ମହିଳା । କିନ୍ତୁ ଜିଲ୍ଲା ପ୍ରଶାସନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନଙ୍କ ମିଳିତ ଉଦ୍ୟମରେ ଏବଂ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀର ପରିଚାଳନାରେ ଜିଲ୍ଲାର ଟିକାବାଲି, ବାଲନ୍ଦାପଡା ଓ କଟ୍ରିଙ୍ଗିଆଠାରେ ଉପସ୍ଥାପିତ ହୋଇଥିବା ମା\’ ଗୃହ ବେଶ୍ ସହାୟକ ହେଉଛି । କରୋନା କାଳରେ ମା\’ ଗୃହରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ ସେବିକା ଓ ଏ.ଏନ୍.ଏମ୍. କୋଡିନେଟର ସଂକ୍ରମଣ ପ୍ରତି ସଜାଗ ରହି କି ଭଳି ଦୁର୍ଗମ ଅଂଚଳରେ ଥିବା ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷିତ ପ୍ରସବ କରାଇବେ ସେଥିପ୍ରତି ବେଶ୍ ଜତ୍ନବାନ ଥିବା ଦେଖିବାକୁ ମିଳୁଛି । ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ନିଜର ଜୀବନକୁ କରୋନାରୁ ରକ୍ଷା କରିବା ସହ ୨୦୨ ଜଣ ଗର୍ଭବତୀଙ୍କୁ ମା\’ ଗୃହରେ ଅବସ୍ଥାପିତ କରିଛନ୍ତି ଓ ୧୭୭ ଜଣ ଡାକ୍ତରଖାନାରେ ପ୍ରସବ ହୋଇ ସୁରକ୍ଷିତ ମାତୃତ୍ୱ ଲାଭ କରିପାରିଛନ୍ତି । ମହାମାରୀ ସମୟରେ ମା\’ ଗୃହର ନିୟମିତ କାର୍ଯ୍ୟକ୍ରମ ସହ କିପରି ମା\’ ଗୃହକୁ ଆସୁଥିବା ଗର୍ଭବତୀ ଓ ତାଙ୍କ ସହିତ ଆସୁଥିବା ଅଭିଭାବକ ମାନେ ସଂକ୍ରମଣରୁ ରକ୍ଷା ପାଇବେ ସେଥିପାଇଁ ଆବଶ୍ୟକ ମୂତାବକ ସାନିଟାଇଜର, ମାସ୍କ, ସାବୁନ, ହେଣ୍ଡୱାସ ଇତ୍ୟାଦି ମହଜୁଦ ରଖିବା ସହ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ହାତଧୂଆ ପ୍ରକ୍ରିୟା, ସାମାଜିକ ଦୂରତା ରକ୍ଷା ଓ ମାସ୍କର ସଠିକ୍ ବ୍ୟବହାର ଇତ୍ୟାଦି ବିଷୟରେ ମଧ୍ୟ ସଚେତନତା କରାଯାଉଛି । ଏପରି କାର୍ଯ୍ୟକ୍ରମକୁ ଅଂଚଳବାସୀ ସ୍ୱାଗତ କରିବା ସହ ମା\’ ଗୃହ ପରିଚାଳନା ଯୋଗୁଁ ଗର୍ଭବତୀ ମାନଙ୍କର ସୁରକ୍ଷିତ ପ୍ରସବ ଏବଂ କରୋନା ମହାମାରୀକୁ ନିୟନ୍ତ୍ରଣ କରିହେବ ବୋଲି ମତ ପ୍ରକାଶ କରିଛନ୍ତି ।
Related Stories
November 27, 2024
November 27, 2024