ବାରିପଦା – ଉଚ୍ଚତମ ନ୍ୟାୟାଳୟ କରୋନା ସମ୍ପର୍କିତ ତଥ୍ୟ ଚପାଇ ପାରିବେ ନାହିଁ ସରକାର ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ କରୋନା ସମ୍ପର୍କିତ ସବିଶେଷ ସୂଚନା ଦେବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଓଡ଼ିଶାର ଗଞ୍ଜାମ, ବାଲେଶ୍ୱର ଆଦି ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ପ୍ରତ୍ୟେକ ଦିନ କେଉଁ ଅଂଚଳରୁ କେତେ କରୋନା ପଜିଟିଭ ଚିହ୍ନଟ ହେଲେ, କେତେ ଜଣଙ୍କର କୋଭିଡ଼-୧୯ ପରୀକ୍ଷା କରାଗଲା ଆଦି ବିଷୟରେ ତଥ୍ୟ ପ୍ରଦାନ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏଦିଗରେ ବ୍ୟତୀକ୍ରମ ଦେଖା ଦେଇଛି । ଜିଲ୍ଲାବାସୀ କେବଳ ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ମୋଟ କରୋନା ପଜିଟିଭ, ସୁସ୍ଥ ଓ ମୃତ୍ୟୁକୁ ନେଇ ଜାରି କରାଯାଉଥିବା ତଥ୍ୟରୁ ଯାହା ସମ୍ୟକ ଭାବେ ଜାଣିବାକୁ ପାଉଛନ୍ତି । ଏହି ସମୟରେ କରୋନାର ଦ୍ୱିତୀୟ ଲହର ଫେରିବା ପରେ ଜିଲ୍ଲାରୁ ଚଳିତ ମାସ ଗତ ୧୯ ତାରିଖରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାର ସରକାରୀ ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ତେବେ କରୋନାରେ ଆକ୍ରାନ୍ତ ଥାଇ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଭିନ୍ନ ସମୟରେ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ପ୍ରକାଶ ପାଉଥିବାର ପରିଲକ୍ଷିତ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଏହି କେଶ ଫାଟାଲିଟି ରେଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଏହି ସମୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ କୋଭିଡ଼-୧୯ ପରିଚାଳନାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Related Stories
November 27, 2024
November 27, 2024