ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶନିବାର ଆଉ ୧୦୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୪୮ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୯୨୮ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୯୮୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ଏବଂ ୩ ଜଣ ମୃତ୍ୟୁବରଣ କରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓଲ୍ଡ ଟାଉନ୍ , ପଟିଆରୁ ଓ ଖଣ୍ଡଗିରିରୁ ୪୧ ଜଣ ଲେଖାଏଁ , ଲକ୍ଷ୍ମୀସାଗରରୁ ୩୭ ଜଣ , ,ଚନ୍ଦ୍ରଶେଖରପୁରରୁ ୩୬ , ସୁନ୍ଦରପଦାରୁ ୩୪ ଜଣ ,ଡୁମଡୁମାରୁ ୩୨ ଜଣ , ବଡଗଡୁ ୩୧ ଜଣ , ୟୁନିଟ୍ ୮ରୁ ୨୫ ଜଣ , ପାତ୍ରପଡାରୁ ୨୩ ଜଣ , ୟୁନିଟ୍ ୬ରୁ ୨୨ ଜଣ, ନିଳାଦ୍ରୀବିହାରରୁ ୨୦ ଜଣ ଆକ୍ରାନ୍ତ ରହିଛନ୍ତି ।
ସେହିପରି ନୟାପଲ୍ଲୀରୁ ୧୩ ଜଣ, ବରମୁଣ୍ଡା ଓ ରସୁଲଗଡରୁ ୭ ଜଣ ଲେଖାଏଁ , ବଡଗଡରୁ ୬ ଜଣ , ପୋଖରିପୁଟରୁ ୬ ଜଣ , ଡୁମଡୁମା , ଝାରପଡା ଓ ଖଣ୍ଡଗିରିରୁ ୫ ଜଣ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି ।
ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୯୫୬ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୫୪୮୬୯ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୨୭୫୬ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୧୦ ରହିଛି ।
Related Stories
November 27, 2024
November 27, 2024