ଭୁବନେଶ୍ୱର – ସମ୍ପ୍ରତି ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ମଇ ୨୫ ଓ ୨୬ ତାରିଖ ବେଳକୁ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥଙ୍କ ଉପସ୍ଥିତିରେ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଆଜି ସମୀକ୍ଷା କରି ଆବଶ୍ୟକ ନିଦେ୍ର୍ଧଶ ଓ ପରାମର୍ଶ ଦେଇଛନ୍ତି । ଭର୍ଚୁଆଲ ବ୍ୟବସ୍ଥାରେ ଅନୁÂିତ ଏହି ବୈଠକରେ ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବା ଉପକୂଳବର୍ତୀ ଜିଲ୍ଲା ଯଥା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବିଭାଗୀୟ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି । ବୈଠକରେ ମୁଖ୍ୟ ଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ, ମୁଖ୍ୟ ଯନ୍ତ୍ରୀ- ଡ୍ରେନେଜ, ସମ୍ପୃକ୍ତ ଜିଲ୍ଲା ନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର, ଅଧିକ୍ଷଣ ଯନ୍ତ୍ରୀ ଏବଂ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଡ୍ରେନେଜ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରାଯାଇ ସେମାନେ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କିପରି ପ୍ରସ୍ତୁତି କରିଛନ୍ତି, ସେ ସମ୍ପର୍କରେ ଅବଗତ ହୋଇଥିଲେ । କୌଣସି ପରିସ୍ଥିତିରେ ମଧ୍ୟ ବିଭାଗୀୟ ପ୍ରସ୍ତୁତିରେ ଅବହେଳା ନକରିବାକୁ ପ୍ରମୁଖ ଶାସନ ସଚିବ ଏହି ପରିପ୍ରେକ୍ଷୀର ଆବଶ୍ୟକ ପରାମର୍ଶ ଦେଇଛନ୍ତି ।
ପ୍ରକାଶଥାଉକି ୨ଦିନ ପୂର୍ବେ ପ୍ରମୁଖ ଶାସନ ସଚିବ ସମ୍ପୃକ୍ତ ସମସ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ବାତ୍ୟା ପହଂଚିବା ନେଇ ସଠିକ୍ ସମୟ ଆକଳନ କରାଯାଇ ନଥିଲେ ମଧ୍ୟ ଆଜି ଠାରୁ ବିଭାଗୀୟ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ(ସେଚ ସଦନ), ସମସ୍ତ ଜିଲ୍ଲାରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଏହା ମଧ୍ୟ ସର୍କଲ ସ୍ତରରେ ଓ ଡିଭିଜନ ସ୍ତରରେ କାର୍ଯ୍ୟ କରିବ । ଏହି ନିୟନ୍ତ୍ରଣ କକ୍ଷଗୁଡ଼ିକ ମଧ୍ୟ ଆଗାମୀ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ପୂର୍ତ ବିଭାଗ ଏବଂ ଗ୍ରାମ ଉନ୍ନୟନ ବିଭାଗଙ୍କ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ସହିତ ଏହି ଟେଲିଫୋନ୍ ନମ୍ବର ଯୋଗାଯୋଗ ରଖି କାର୍ଯ୍ୟ କରିବ । କ୍ଷେତ୍ର ସ୍ତରରେ ଥିବା କନିÂ ଯନ୍ତ୍ରୀ, ସହକାରୀ ନିର୍ବାହୀଯନ୍ତ୍ରୀମାନଙ୍କୁ ଏକ ପକେଟ୍ ଡାଏରୀ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି, ଯେଉଁଥିରେ କି ସେମାନେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ ଯନ୍ତ୍ରୀ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସ୍ଥାନୀୟ ସରପଂଚଙ୍କ ନମ୍ବର ରଖିବେ । ବିଭାଗୀୟ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନେ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ରହି କାର୍ଯ୍ୟ କରିବେ ଓ ଆବଶ୍ୟକ ପ୍ରସ୍ତୁତି କରିବେ । ସେହିପରି ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଟେଲିଫୋନ୍ ଡିରେକ୍ଟୋରୀ ରହିବ ଏବଂ ସେଥିରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ସହିତ ନମ୍ବର ଉପଲବ୍ଧ ହେବ ।
ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ରହିଥିବା ମାନବ ସମ୍ବଳ ଓ ମେସିନ୍ ଥିବା ସ୍ଥାନୀୟ କଂଟ୍ରାକ୍ଟରମାନଙ୍କ ଟେଲିଫୋନ୍ ନମ୍ବର ସମ୍ପୂର୍ଣ୍ଣ ତଥ୍ୟ ସହ ତୁରନ୍ତ ବିଭାଗକୁ ପ୍ରଦାନ କରାଯିବାକୁ ନିଦେ୍ର୍ଧଶ ଦିଆଯାଇଛି । ପୂର୍ବ ଅଭ୍ୟାସ ଦୃଷ୍ଟିରୁ ଓଡ଼ିଶା କନ୍ଷ୍ଟ୍ରନ କର୍ପୋରେସନ ଲିଃ(ଓସିସି)କୁ ସେମାନଙ୍କ ପାଖରେ ଥିବା ଏହି ତଥ୍ୟ ମଧ୍ୟ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଦିଆଯିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
ଗଛଡାଳ ପଡ଼ି ନଦୀବନ୍ଧ ତା’ ରାସ୍ତା ଅବରୋଧ କରିବାକୁ ଥିବା ପରିପ୍ରେକ୍ଷୀରେ ବିଭାଗରେ ରହିଥିବା ଗଛକଟା ବା ଗଛଡାଳ କଟା ଯନ୍ତ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖାଯିବା ବିଭାଗରେ ଉପଲବ୍ଧ ଜେନେରେଟେର ସେଟ୍ଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବା ନେଇ ନିଦେ୍ର୍ଧଶ ଦିଆଯାଇଛି । ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ଓ ଜଳ ଭଣ୍ଡାରରେ ଜଳର ପରିମାଣ ସମ୍ପର୍କରେ ନିୟମିତ ସୂଚନା ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ କର୍ମଚାରୀମାନେ ଗୁଗୁଲ୍ ସିଟ୍ ବ୍ୟବସ୍ଥାରେ ଅପ୍ଲୋଡ଼୍ କରିବେ । ବିଭିନ୍ନ ଛୋଟ ଛୋଟ ନାଳରେ ଥିବା କଲ୍ଭର୍ଟ ସ୍ଥାନରେ ଜମି ରହିଥିବା ଦଳ, ଘାସ ଇତ୍ୟାଦିକୁ ସଫା କରାଯିବା ଆବଶ୍ୟକ, ଯଦ୍ୱାରା କି ଜଳ ପ୍ରବାହ ଅବାଧରେ ହୋଇପାରିବ । ଏ ସମ୍ପର୍କରେ କାର୍ଯ୍ୟାନୁÂାନ ପାଇଁ ମୁଖ୍ୟଯନ୍ତ୍ରୀ ଡ୍ରେନେଜ୍ଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ବାତ୍ୟା ଫଳରେ ଲଗାଣ ବର୍ଷା ଯୋଗୁଁ ଯେଉଁସବୁ ତଳିଆ ଅଂଚଳରେ ବର୍ଷା ଜଳ ଜମି ରହିବାର ସମ୍ଭାବନା ରହିଛି ଏବଂ ଏ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀମାନଙ୍କ ପୂର୍ବ ଅଭିଜ୍ଞତା ରହିଛି ଓ ଜିଲ୍ଲା ପ୍ରଶାସନ ନିକଟରେ ସେସବୁର ଖବର ରହିଛି, ସେସବୁ ସ୍ଥାନରେ ଜଳ ନିଷ୍କାସନ ନେଇ ପ୍ରସ୍ତୁତ ରହିବାକୁ ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ୍ଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ପୂର୍ବ ନିଦେ୍ର୍ଧଶ ଅନୁସାରେ କେତେକ ଦୁର୍ବଳ ନଦୀବନ୍ଧ ସ୍ଥାନରେ ଆବଶ୍ୟକ ବାଉଁଶ, ବଲ୍ଲା, ବାଲିବସ୍ତା ଆଦି ମହଜୁଦ ରଖାଯାଇଛି ଓ ଏହି କାର୍ଯ୍ୟ ଜାରି ରହିଛି । ସମ୍ଭାବ୍ୟ ବାତ୍ୟା ଯୋଗୁଁ ସମୁଦ୍ରକୁଳିଆ ଅଂଚଳରେ ଲୁଣିପାଣି ପ୍ରବେଶକୁ ରୋକିବା ପାଇଁ ସ୍ଲୁଇସ୍ ଗେଟ୍ଗୁଡ଼ିକୁ ବନ୍ଦ ରଖାଯିବା ଓ ପରିସ୍ଥିତି ସୁଧୁରିଲେ ଉପରପାଣି ନିସ୍କାସନ ପାଇଁ ସ୍ଲୁଇସ୍ ଗେଟ୍ ଖୋଲିବା ବ୍ୟବସ୍ଥା କରାଯିବ ।
ଏଥିସହିତ ବିଭିନ୍ନ ଡ୍ୟାମ୍ର ସୁରକ୍ଷା ପାଇଁ ବିଭାଗୀୟ କର୍ମଚାରୀମାନେ ୨୪ଘଂଟିଆ ପାଟ୍ରୋଲିଂ କରିବେ ଏବଂ ଆବଶ୍ୟକତା ଅନୁସାରେ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଓ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପରାମର୍ଶ କ୍ରମେ ଜଳଭଣ୍ଡାର ଗେଟ୍ଗୁଡ଼ିକ ଖୋଲାଯିବ । ଗେଟ୍ଗୁଡ଼ିକର ପରିଚାଳନା ପାଇଁ ଜେନେରେଟର କାର୍ଯ୍ୟକ୍ଷମ ରଖାଯିବା ଓ ଏହାର ପରିଚାଳକ ପ୍ରସ୍ତୁତ ରହିବା ସହିତ କ୍ଷୁଦ୍ର ଜଳଭଣ୍ଡାରଗୁଡ଼ିକ ପରିଚାଳନା ପାଇଁ ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନଙ୍କୁ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଜଳ ପ୍ରବାହକୁ ଅବାଧ କରାଯିବା ପାଇଁ ଆଡ଼ି ବନ୍ଧଗୁଡ଼ିକର ସ୍ଲୁଇସ୍ଗେଟ୍ ଖୋଲା ରଖାଯିବା, ବନ୍ୟା ନିୟନ୍ତ୍ରଣ କକ୍ଷକୁ ସମ୍ପୃକ୍ତ ସମସ୍ତେ ନିଶ୍ଚିତ ଭାବେ ସମୟାନୁସାରେ ବନ୍ୟା, ବାତ୍ୟା ସମ୍ପର୍କିତ ବାର୍ତା ପ୍ରେରଣ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସଦର ମହକୁମା ନଛାଡ଼ିବାକୁ ନିଦେ୍ର୍ଧଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ଏହି ୧୦ଟି ଜିଲ୍ଲାବ୍ୟତୀତ ସଂଲଗ୍ନ ଜିଲ୍ଲାଗୁଡ଼ିକର ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସେମାନଙ୍କର ସଦର ମହକୁମା ନଛାଡ଼ିବାକୁ ନିଦେ୍ର୍ଧଶ ଦିଆଯାଇଛି, ଯଦ୍ୱାରା କି ସେମାନେ ଆବଶ୍ୟକ ସମୟରେ ପ୍ରଭାବିତ ନିକଟସ୍ଥ ଜିଲ୍ଲାକୁ ମୁତୟନ ହୋଇପାରିବେ । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ବିଭାଗର ବରିÂ ପଦାଧିକାରୀ ବିଭିନ୍ନ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ବୈଠକରୁ ଜଣାଯାଇଛି ଓ ଏହି କ୍ରମରେ ବାଲେଶ୍ୱର ଜିଲ୍ଲାକୁ ବିଭାଗୀୟ ବରିÂ ଅଧିକାରୀ ଗସ୍ତ କରିଥିବା ଜଣାଯାଇଛି ।