

ଧର୍ମଶାଳା – କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସପ୍ତାହନ୍ତ ସଟ୍ ଡାଉନ କରିଛନ୍ତି । ଏନେଇ କୋଭିଡ ନିୟମକୁ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଅନେକ ସ୍ଥାନରେ କେହି କୋଭିଡ ନିୟମକୁ ପାଳନ କରୁ ନଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଯାଜପୁର ଜିଲା ରସୁଲପୁର ବ୍ଳକ ବ୍ରହ୍ମବରଦା ଅଂଚଳରେ କିଛି ଅମାନିଆମାନେ ବିନା କାରଣରେ ବାଇକ ଧରି ଛକ ବଜାରରେ ବୁଲିବା ଓ କେତେକ ବ୍ୟବସାୟୀ ସେମାନଙ୍କ ଦୋକାନ ଖୋଲା ରଖିବା ନେଇ ବ୍ରହ୍ମବରଦା ପୋଲିସ ପାଟ୍ରୋଲିଂ ସମୟରେ ଦେଖିବାକୁ ପାଇଥିଲା । ବାଇକ ଚାଳକ ଓ ବ୍ୟବସାୟୀଙ୍କଠାରୁ ୨ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ସେମାନଙ୍କୁ କଡା ତାଗିଦ କରାଯିବା ସହ ଏହାର ବ୍ୟତିକ୍ରମ ହେଲେ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥୀ ପାତ୍ର ସେମାନଙ୍କୁ ଚେତାବନୀ ଦେଇ ଛାଡି ଦେଇଥିବା ଜଣାପଡିଛି ।