ଧର୍ମଶାଳା – ବର୍ତମାନ ଯାଜପୁର ଜିଲାରେ କରୋନା ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଂଚଳରେ ଦିନକୁ ଦିନକୁ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଟେଷ୍ଟିଙ୍ଗ୍ ଉପରେ ଗୁରୁତ୍ୱ ଦେଉଥିଲା ବେଳେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗାଁ ଗହଳିରେ ଜ୍ୱର ଥଣ୍ଡା ରୋଗୀ ସଂଖ୍ୟା ବୃଦ୍ଧି ପାଉଛି କିନ୍ତୁ ଟେଷ୍ଟିଙ୍ଗ୍ କରିବାକୁ ଟେଷ୍ଟିଙ୍ଗ୍ ସୁବିଧା ନଥିôôôବାରୁ ବହୁ ରୋଗୀ ସଂକ୍ରମଣ ହୋଇ ବାଧ୍ୟ ହୋଇ ଘରେ ରହୁଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ କିଟ୍ ର ଅଭାବ ଓ ସଠିକ୍ ଦିନ ଓ ତାରିଖ ସାଧାରଣ ଲୋକଙ୍କୁ ନ ଜଣାଇବାରୁ ପ୍ରତିଦିନ ଟେଷ୍ଟିଙ୍ଗ୍ ପାଇଁ ଯାଉଥିବା ରୋଗୀମାନେ ନିରାଶ ହୋଇ ଘରକୁ ଫେରୁଛନ୍ତି । ସେହିପରି ପଜେଟିଭ୍ ଚିହ୍ନଟ ହେଲା ପରେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ରୋଗୀ କେଉଁ ଔଷଧ ଖାଇବେ ଓ ରୋଗର ଭୟାବହତାକୁ ଲକ୍ଷ୍ୟ କରି ଘରେ ରହିବେ କି କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବେ ତାହା ମଧ୍ୟ ରୋଗୀଙ୍କୁ ପରାମର୍ଶ ଦିଆଯାଉନାହିଁ । ସୋମବାର ଜଣେ ବରିଷ୍ଠ ନାଗରୀକଙ୍କ କୋଭିଡ଼ ପଜେଟିଭ୍ ଆସିଥିଲା ବୋଲି ପରୀକ୍ଷା କରୁଥିବା କର୍ମଚାରୀ କହିଥିଲେ ଓ କାର୍ଯ୍ୟରତ ଡ଼ାକ୍ତରଙ୍କ ବଦଳରେ ନିଜେ କେଉଁ ଔଷଧ ଖାଇବେ ପରାମର୍ଶ ଦେଇଥିଲେ । ରୋଗୀ ଜଣକ ଘରକୁ ଆସି ଅନ୍ୟ ଡ଼ାକ୍ତରଙ୍କ ସହ ପରାମର୍ଶ କରି ଘରେ ରହି ଏବେ ଚିକିତ୍ସିତ ହେଉଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ବଡ଼ଚଣା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରୋଗୀଙ୍କୁ ପରାମର୍ଶ କରାଯାଇ ନାହିଁ କି ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ପରୀକ୍ଷା କରିବାକୁ ସୂଚନା ଦିଆଯାଉ ନାହିଁ । ଫଳରେ ପଜେଟିଭ୍ ରୋଗୀ ଯଦି ଅନ୍ୟ ସଂସ୍ପର୍ଶରେ ଆସିଥାଏ ତାହେଲେ ଏହା ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଉ ନାହିଁ । ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ଓ ଯାଜପୁର ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
Related Stories
November 28, 2024
November 28, 2024