ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ବ୍ଲକ ଅଂଚଳରେ ଆଜି ଘଟି ଯାଇଛି ଦୁଇଟି ଅଭାବନିୟ ଘଟଣା ଦୁଇଟି ପୃଥକ ବିଦ୍ୟୁତ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟ ଘଟିଛି । ଜଣେ ଝାଡଭୂମି ପଞ୍ଚାୟତ କନ୍ଧ ନୂଆପଲ୍ଲୀ ଗ୍ରାମ ର ଭଗବାନ ରାଉତ ହୋଇଥିବା ବେଳେ ଅନ୍ୟ ଜଣେ ଛାମୁଣ୍ଡା ପଞ୍ଚାୟତ ର କୁମୁଣ୍ଡା ଗ୍ରାମ ର ଟୁକୁ ମାଝୀ ।
ସୂଚନା ଅନୁସାରେ ଝାଡଭୂମି ପଞ୍ଚାୟତ ଅନ୍ତର୍ଗତ କନ୍ଧ ନୂଆପଲ୍ଲୀ ଗ୍ରାମର ଭଗବାନ ରାଉତ ଜଣେ କେବୁଲ ଅପରେଟର ଥିଲେ ତେବେ କୌଣସି ତ୍ରୁଟି ପାଇବା ହେତୁ ସେ ନିଜେ ବିଦ୍ୟୁତ ଖୁଣ୍ଟ ରେ ଚଢି କେବୁଲ ସଂଯୋଗ ସଜାଡୁଥିଲେ ତେବେ ଏହି ସମୟରେ ଅସାବଧାନତା ହେତୁ ବିଦ୍ୟୁତ ଆଘାତ ର ଶିକାର ହୋଇ ବିଦ୍ୟୁତ ଖୁଣ୍ଟ ରୁ ତଳେ ପଡ଼ିଯାଇଥିଲେ ଯାହା ଫଳରେ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ଘଟଣା ସ୍ଥଳରେ ହିଁ ରାଉତ ଙ୍କ ମୃତ୍ୟୁ ଘଟିଥିଲା ।
ଅନ୍ୟପକ୍ଷରେ ଛାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡା ଗ୍ରାମ ର ଟୁକୁ ମାଝୀ ଆଖପାଖ ଅଞ୍ଚଳରେ ବିଦ୍ୟୁତ ସରଞ୍ଜାମ ଓ ବିଦ୍ୟୁତ ଜନିତ ତ୍ରୁଟି କୁ ସଜାଡ଼ିବାରେ ବେଶ ଜଣାଶୁଣା । ସେ ଆଜି ଛାମୁଣ୍ଡା ଅଞ୍ଚଳରେ ସେହି ଅଞ୍ଚଳର ବିଦ୍ୟୁତ ପ୍ରଯ୍ୟବେକ୍ଷକ ପାଣ୍ଡଵ ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଛାମୁଣ୍ଡା ଗ୍ରାମ ର ଏକ ବିଦ୍ୟୁତ ଖୁଣ୍ଟ ରେ ଚଢି ବିଦ୍ୟୁତ ଜନିତ ତ୍ରୁଟି ସଜାଡ଼ିବା ପାଇଁ ପାଣ୍ଡଵ ସ୍ୱାଇଁ ଙ୍କ ନିର୍ଦ୍ଦେଶ ରେ ଖୁଣ୍ଟ ଉପରକୁ ଯାଇଥିଲେ କିନ୍ତୁ ଅସାବଧାନତା ହେତୁ ବିଦ୍ୟୁତ ସଂସର୍ପସ ରେ ଆସି ମୃତ୍ୟୁ ବରଣ କରିଛନ୍ତି । ଏନେଇ ଉଭୟ ଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଗଲେ ମଧ୍ୟ କାର୍ଯ୍ୟରତ ଡାକ୍ତର ସ୍ମୃତି ରେଣୁ ଗୌଡ଼ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଟୁକୁ ମାଝି ଙ୍କ ମର୍ତ୍ୟୁ କୁ ନେଇ ତାଙ୍କ ପରିବାର ଲୋକେ ପାଣ୍ଡଵ ସ୍ୱାଇଁ ଙ୍କୁ ଘେରିବା ସହ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପାଣ୍ଡବ ସ୍ୱାଇଁ ଜଣେ ବିଦ୍ୟୁତ ବିଭାଗୀୟ କର୍ମଚାରୀ ହୋଇ ମଧ୍ୟ କାହିଁକି ଟୁକୁ ମାଝୀ ଙ୍କୁ ବେ ଆଇନ ଭାବେ ଡକାଇ କାର୍ଯ୍ୟ କରାଇଥିଲେ ତାହା ଏବେ ପ୍ରଶ୍ନ ଉଠିଛି ଏବଂ ଏନେଇ ମୃତ ଟୁକୁ ମାଝୀ ଙ୍କ ସ୍ତ୍ରୀ ବନିତା ମାଝୀ ,ଛାମୁଣ୍ଡା ବିଦ୍ୟୁତ ପର୍ଯ୍ୟବେକ୍ଷକ ପାଣ୍ଡଵ ସ୍ୱାଇଁ ଙ୍କ ନାମ ରେ ଜଗନ୍ନାଥପ୍ରସାଦ ଥାନା ରେ ଏତେଲା ଦେବା ସହ ବନିତା ଙ୍କ ସ୍ୱାମୀ ଟୁକୁ ମାଝି ମରିବା ପଛରେ ପାଣ୍ଡବ ସ୍ୱାଇଁ ହିଁ ଦାୟୀ ଅଟନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ଛାମୁଣ୍ଡା ବିଦ୍ୟୁତ ପର୍ଯ୍ୟବେକ୍ଷକ ପାଣ୍ଡଵ ସ୍ୱାଇଁ ଙ୍କୁ ପଚାରିବାରୁ ସେ ଏନେଇ ବିଭାଗୀୟ ଯନ୍ତ୍ରି ଜାଣିଛନ୍ତି ବୋଲି କହିଥିଲେ ତେବେ ଖବର ଲେଖା ସମୟରେ ଜଗନ୍ନାଥପ୍ରସାଦ ପୋଲିସ ଦ୍ୱାରା ଭଗବାନ ରାଉତ ଓ ଟୁକୁ ମାଝୀ ଙ୍କ ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।
ଗଞ୍ଜାମ, ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ