ଦିଲ୍ଲୀ, – ଦିଲ୍ଲୀରେ ଗତ ୨୪ ଘଂଟାରେ ୩,୦୦୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୫୨ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୫,୬୮୩ ହୋଇ ଯାଇଛି ।
ଉତର ପ୍ରଦେଶରେ ୭୭୩୫ କରୋନା ନୂଆ ମାମଲା
ଉତର ପ୍ରଦେଶରେ ଗତ ୨୪ ଘଂଟାରେ ୭୭୩୫ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଉତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୦୬,୨୭୬ ସକ୍ରିୟ ମାମଲା ରହିଛି ।
ଗୋଆରେ ଗତ ୨୪ ଘଂଟାରେ ୧,୬୨୫ କରୋନାର ନୂଆ ମାମଲା
ଗୋଆରେ ଗତ ୨୪ ଘଂଟାରେ ୧,୬୨୫ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି। ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୯,୩୨୮ହୋଇଛି।
ପୁଡୁଚେରୀରେ କରୋନାର ୧,୭୦୨ ନୂଆ ମାମଲା
ପୁଡୁଚରେୀରେ ଗତ ୨୪ ଘଂଟାରେ ୧,୭୦୨ ଜଣ ନୂଆ କରୋନା ମାମଲା ସାମନାକୁ ଆସିଛି । ପୁଡୁଚେରୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୭,୦୩୬ ହୋଇ ଯାଇଛି । ପ୍ରଶାସନ ଦ୍ୱାରା ଏହି ସୂଚନା ଦିଆ ଯାଇଛି।