
ଭୁବନେଶ୍ୱର – ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଭୁବନେଶ୍ୱର ଝାରପଡା ଜେଲ୍ ରେ ଥିବା ବେଳେ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ଜେଲ୍ ର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଗତ କିଛି ଦିନ ମଧ୍ୟରେ ଝାରପଡା ଜେଲର ବହୁ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିକଟରେ ଜଣେ ବିଚାରଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।