କନ୍ଧମାଳ – କନ୍ଧମାଳ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରୁ ୧୩ ଜଣ ଏବଂ ଗ୍ରାମାଂଚଳରୁ ୪ ଜଣଙ୍କୁ ମିଶାଇ ମୋଟ ୧୭ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳରୁ ୧୦ ଜଣ ଏବଂ ଗ୍ରାମାଂଚଳରୁ ୫ ଜଣଙ୍କ ସମେତ ମୋଟ୍ ୧୫ ଜଣ, ଚକାପାଦର ୧୩ ଜଣ, ଦାରିଙ୍ଗବାଡିର ୬, ଘୁ.ଉଦୟଗିରିର ୩ ଜଣ, କ.ନୂଆଗାଁର ୫ ଜଣ, ଖଜୁରିପଡାର ୧୨, କୋଟଗଡର ୪ ଜଣ, ଫିରିଙ୍ଗିଆର ୪, ରାଇକିଆ ୪, ଟିକାବାଲିର ୭ ଜଣ, ତୁମୁଡିବନ୍ଧର ୬ ଜଣ ଏବଂ କଳାହାଣ୍ଡି ଜିଲ୍ଲାରେ ୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮,୧୯୨ ରେ ପହଂଚିଛି ।
ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୭,୨୪୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କୋଭିଡ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩୮ ରହିଛି । ଆଉ ୮୭୦ ଜଣ ସଂକ୍ରମିତ ପୃଥକ୍ ବାସରେ ଏବଂ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।