ପୁରୀ – ରଥଖଳାରେ ୭୯ ଜଣ ସେବାୟତ କାର୍ଯ୍ୟରତ । ସେମାନଙ୍କ ମଧ୍ୟରୁ ୩୦ ଜଣ ମହାରଣା, ୩୦ ଜଣ ଭୋଇ ସେବାୟତ, ୧୨ ଜଣ କମାର, ୪ ଜଣ କରତିଆ ଓ ୩ ଜଣ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ସେବାୟତ ମାନଙ୍କର ଆରଟି-ପିସିଆର ଟେଷ୍ଟିଂ କରାଯାଉଛି । ଯେଉଁ ମାନଙ୍କର ଟେଷ୍ଟିଂ ରିପୋର୍ଟ ନେଗେଟିଭ୍ ଆସୁଛି, ସେମାନଙ୍କୁ ରଥ ଖଳାରେ ନିୟୋଜିତ କରାଯାଉଛି । ଯେଉଁ ମାନଙ୍କର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସୁଛି, ସେମାନଙ୍କୁ କୋଭିଡ଼୍ କେୟାର ସେଂଟରରେ ରଖାଯାଇ ଆବଶ୍ୟକ ଚିକିତ୍ସା କରାଯାଉଛି । କୌଣସି ସଂକ୍ରମିତ ସେବାୟତ ରଥ ଖଳାରେ କାମ କରୁ ନାହାଁନ୍ତି । ରଥ ଖଳା ସଂକ୍ରମିତ ହୋଇନାହିଁ । ଅଧିକାଂଶ ସେବାୟତଙ୍କୁ କରୋନା ଟୀକା ଦିଆଯାଇଛି । ରଥ ଖଳାରେ କରୋନା ଗାଇଡ଼୍ ଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ଚାଲୁ ରହିଛି । ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ଏମ-୯୦ ମାସ୍କ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।