ମାଲକାନଗିରି -ନବରଙ୍ଗପୁର ସାଂସଦ ରମେଶ ମାଝୀ ଆଜି କୋଭିଡ ମେଡିକାଲ ଗୁଡିକରେ କରୋନା ସଂକ୍ରମିତ ରୋଗୀମାନଙ୍କୁ କିପରି ସ୍ବାସ୍ଥ୍ଯ ସେବା ଯୋଗାଇ ଦିଆ ଯାଉଛି, ସେ ସଂପର୍କରେ ଅନୁଧ୍ଯାନ କରିବା ଲାଗି ବିଭିନ୍ନ କୋଭିଡ ମେଡିକାଲ ଏବଂ କେୟାର ସେଣ୍ଟରଗୁଡିକୁ ପରିଦର୍ଶନ କରିଥିଲେ | ଶ୍ରୀ ମାଝୀ ପ୍ରଥମେ ମାଲକାନଗିରି ସଦର ମହକୁମା ସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲ ପରିଦର୍ଶନ କଲା ପରେ କାଙ୍ଗୁରକୋଣ୍ଡା ଟିଏମସି କେନ୍ଦ୍ର ପରିଦର୍ଶନ କରିଥିଲେ । କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଟିଏମସି କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ସ୍ବାସ୍ଥ୍ଯ ଅଧିକାରୀଙ୍କ ସହ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆଲୋଚନା କରିଥିଲେ । ଏହାପରେ ସଦର ମହକୁମା ସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିବା ସହ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ | ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପରାମର୍ଶ ଦେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ଅବଗତ ହୋଇଥିଲେ । ଯଥା ସମ୍ଭବ ମାଲକାନଗିରି ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
Related Stories
January 24, 2025
January 24, 2025