
ମାଲକାନଗିରି -ମାଲକାନଗିରି ସଦର ମହକୁମା ମୁଖ୍ୟ ରାସ୍ତା ର ଆଇ ସି ଆଇ ସି ବ୍ୟାଙ୍କ ନିକଟରେ ଗତକାଲି ରାତ୍ରରେ ଏକ ପରିବା ବୋଝେଇ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଏଥିରେ ଡ୍ରାଇଭର ସହ ଅନ୍ୟ ଜଣେ ଆହତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି!ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ ଏମଭି ୧୯ ଗ୍ରାମରୁ ଏକ ପିକଅପ ଗାଡ଼ି ପରିବା ନେଇ ଛତିଶଗଡ ରାଜ୍ୟ ଜଗଦଳପୁର କୁ ଯାଉଥିଲା!ମାଲକାନଗିରି ଆଇ ସି ଆଇ ସି ବ୍ୟାଙ୍କ ସମ୍ମୁଖରେ ଗାଡି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ଼ି ଭାଇଡ଼ର ଉପରେ ଚଢି ଯାଇଥିଲା!ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ୨ ଜଣଙ୍କୁ ମେଡିକାଲ କୁ ପଠାଇ ରାସ୍ତାରୁ ଗାଡିକୁ ହଟାଇଥିଲେ।