

ଭୁବନେଶ୍ୱର – ରାଜ୍ୟରେ ଟେଷ୍ଟିଂ ବଢ଼ୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି । ନମୁନା ପରୀକ୍ଷା ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ୮୦ ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଂଟିଲେଟରରେ ଗୁରୁତର ରୋଗୀ ଅଛନ୍ତି । ତେଣୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ବଢ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି ।
ଏହା ସହ ସେ କହିଛନ୍ତି, ମେ’ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିପାରେ । ପ୍ରଥମ ଲହରରେ ୧୮ବର୍ଷ ତଳକୁ ୧୦ ପ୍ରତିଶତ ମୃତ୍ୟୁ ରହିଥିଲା । ବର୍ତମାନ ବି ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ଯେହେତୁ ଭ୍ୟାକ୍ସିନ ନ ଥିଲା ତେଣୁ ବର୍ତମାନ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଯେତେ ଶୀଘ୍ର ଭ୍ୟାକ୍ସିନେସନ ସାରିବା ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା କମିବ । ରାଜ୍ୟରେ ଧୀରେ ଧୀରେ ଆଇସିୟୁ ସଂଖ୍ୟା ବଢ଼ାଯାଉଛି । କିମ୍ସ ହସ୍ପିଟାଲରେ ଆଇସିୟୁ ବଢ଼ାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।