ଭୁବନେଶ୍ୱର – କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସମ୍ଭାବ୍ୟ ବର୍ଷା ଓ ବାତ୍ୟାର ପ୍ରଭାବ ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – ଆଜି ସମ୍ଭାବ୍ଯ ବର୍ଷା ଓ ବାତ୍ୟାର ପ୍ରଭାବ ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାପାଳ ମାନଙ୍କ ସହିତ ବିସ୍ତ୍ରୃତ ଆଲୋଚନା କଲି । ବାତ୍ଯା ପୂର୍ବରୁ, ବାତ୍ୟା ସମୟରେ ଓ ବାତ୍ୟା । ପରେ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ଏ ସମସ୍ତ ବିଷୟରେ ଆଲୋଚନା କଲୁ । ବିପନ୍ନ ଅଂଚଳରୁ ଲୋକମାନଙ୍କୁ ନିରାପଦ ଅଂଚଳକୁ ଆଣିବା, ସେଠାରେ କୋଭିଡ ନିୟମ ପାଳନ କରି ସମସ୍ତ ବ୍ଯବସ୍ଥା କରିବା, ବିପନ୍ନ ଅଂଚଳର ଲୋକମାନଙ୍କ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ବ୍ଯବସ୍ଥା,ପାନୀୟ ଜଳ ଓ ଚିକିତ୍ସା ବ୍ୟବସ୍ଥା, ପର୍ଯ୍ଯାପ୍ତ ଡଙ୍ଗା ବ୍ଯବସ୍ଥା ଓଡ୍ରାଫ ଓ ଏନଡିଆରଏଫ ଟିମ ର ଉପଯୋଗ, ଜେନେରେଟର ବ୍ୟବସ୍ଥା, ବର୍ଷା ଓ ବାତ୍ୟା ପରେ ପରେ ତୁରନ୍ତ ବିଜୁଳି ଇତ୍ୟାଦିର ପୁନଃସ୍ଥାପନ ବ୍ୟବସ୍ଥା, ପ୍ରତି ଚାଳଛପର ଘର ପାଇଁ ପଲିଥିନର ବ୍୍ୟବସ୍ଥା, ଭାଙ୍ଗିଥିବା ଘର ପାଇଁ କ୍ଷତିପୂରଣ ବ୍ଯବସ୍ଥା ଆଦି କରିବା ପାଇଁ ଆଲୋଚନା କରିଥିଲୁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ କରୋନାର ବିପତି ସାଙ୍ଗକୁ ଏହା ପୁଣି ଏକ ବଡ ବିପତି ଆସିଗଲା । ଧୈର୍ଯ୍ଯ ନହରାଇ ସମସ୍ତେ ଏକଜୁଟ ହୋଇ ଏହି ପରିସ୍ଥିତିର ସାମ୍ନା କରିବାକୁ ଓ ପ୍ରଶାସନକୁ ସହଯୋଗ କରିବ ପାଇଁ ନିବେଦନ କରୁଛି ବୋଲି ସେ କହିଛନ୍ତି ।