ଭୁବନେଶ୍ୱର – ଘାଟିକିଆ ସ୍ଥିତ ସିଇଟି କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଛାତ୍ରଛାତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପଠାଇଛନ୍ତି । ବିଗତ ୧୪ ଦିନ ଧରି କଲେଜ୍ ର ୨୦୦୦ ରୁ ଅଧିକ ଛାତ୍ର ଓ ପୁରାତନ ଛାତ୍ରମାନେ ଟୁଇଟର ରେ ଂଚ‘ ସଂଘର୍ଷ ’ଂଚ ନାମକ ଅଭିଯାନରେ ବିପୁଳ ମାତ୍ରା ରେ ଯୋଗ ଦେଇଥିଲେ । ୮ ବର୍ଷ ଧରି ଦାବି କରି ଆସୁଥିବା ସତ୍ୱେ ସିଇଟି କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳି ନଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ବାନ୍ଧିଥିଲା । କଲେଜ୍ କୁ ବିଶ୍ୱବିଦ୍ୟାଳୟ ନ କରିବା ହେତୁ ଏଠାରେ ପଢୁଥିବା ଉତ୍କର୍ଷ ବିଦ୍ୟାର୍ଥୀମାନଙ୍କ ଆତ୍ମସମ୍ମାନ କୁ ଆଘାତ ପହଂଚିଥିବା ଦାବିପତ୍ର ରେ ଉଲ୍ଲେଖ ହୋଇଛି ।
ଟୁଇଟର ଜରିଆରେ ନିଜର ବିକ୍ଷୋଭ ଜଣାଇବା ପରେ ଯଥା ଶୀଘ୍ର ଦାବି ପୁରଣ କରିବାକୁ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି ।
Related Stories
January 24, 2025
January 24, 2025