ସୁନ୍ଦରଗଡ – ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେଠାରେ ସେ ବିଷୟରେ ପଚାରି ବୁଝିବା ସହିତ ସ୍ୱାସ୍ଥ୍ୟକର୍ମୀ ଙ୍କୁ ସ୍ୱାସ୍ଥ୍ୟ ଉପକରଣ ଯଥା ପିପିଇ କିଟିସ୍, ଅକ୍ସୀମିଟର, ଥରମୋମିଟର ଆଦି ପ୍ରଦାନ କରିବା ସହ
ବର୍ତମାନ ପରିସ୍ଥିତିରେ ଟ୍ରେଷ୍ଟିଂଙ୍ଗ, ଟ୍ରେସିଂଙ୍ଗ, ଟ୍ରିଟମେଣ୍ଟ ଓ ଟୀକାକରଣକୁ ଆହୁରି ତୀକ୍ଷଣ କରିବା ସହିତ ବ୍ୟାପକ ଜନସଚେତନତା କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମିନାକ୍ଷୀ ଧରଙ୍କ ବିୟୋଗରେ ଜୁଏଲ ଓରାମଙ୍କ ଶୋକ
ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ମିନାକ୍ଷୀ ଧରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ସୁନ୍ଦରଗଡ ଜିଲ୍ଲା ରାଉରକେଲା ର ସୁନାମଧନ୍ୟ ଉଦ୍ଘୋଷିକା ଶ୍ରୀମତୀ ମିନାକ୍ଷୀ ଧର ଙ୍କର ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କ୍ଷ ଭଗବାନଙ୍କ ନିକଟରେ ସ୍ୱର୍ଗତଃ ଆତ୍ମାଙ୍କ ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।