ବ୍ରହ୍ମପୁର(ବ୍ୟୁରୋ): ଗୋପାଳପୁର ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ତା ଗ୍ରାମର ବିଶିଷ୍ଟ ସମାଜସେବୀ ବିନୋଦ କୁମାର ପାଢ଼ୀଙ୍କ ୫୪ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଗୁରୁବାର ସକାଳେ ପରଲୋକ ଘଟିଛି ା ମୃତ ପାଢ଼ୀ କିଛିଦିନ ହେବ ଯକୃତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ା ତାଙ୍କ ମୃତ ଖବର ପ୍ରଚାରିତ ହେବାପରେ ଗୋପାଳପୁର ନିର୍ବାଚନ ମଣ୍ତଳୀର ବିଶିଷ୍ଟ ବ୍ୟକ୍ତିବିଶେଷ, ରାଜନୈତିକ ବ୍ୟକ୍ତି ବିଶେଷ ସହ ଅଞ୍ଚଳର ବହୁ ସମାଜସେବୀ ଶୋକବ୍ୟକ୍ତ କରିଥିଲେ ା ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ନିଜ ଗ୍ରାମ ରଙ୍ଗେଇଲୁଣ୍ତାକୁ ଅଣାଯାଇଥିଲା ା ସେଠାରେ ପରିବାରବର୍ଗ ସହ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ନିକଟସ୍ଥ ସତ୍ୟନାରାୟଣପୁର ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ା ତାଙ୍କର ଏକ ମାତ୍ର ପୁଅ ଅବିନାଶ ମୁଖାଗ୍ନି ଦେଇଥିଲେ ା ମୃତଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଅନୁସୟା, ଝିଅ ଅଞ୍ଜଳୀ, ପୁତ୍ର ଅବିନାଶଙ୍କ ସମେତ ଶଶୁର କୈଳାଶ, ୨ଭାଇ ଅଶୋକ, ଆନନ୍ଦ, ୨ଭଉଣୀ ଭାରତୀ, ଅମ୍ବିଙ୍କ ସମେତ ୨ଶଳା, ପୁତୁରା, ଝିଆରୀ, ଭଣଜା, ଜ୍ବାଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ା କୋଭିଡ୍ କଟକଣା ଭିତରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ା