ଗଞ୍ଜାମ – ପାତ୍ରପୁର ଡ଼ାକ୍ତରଖାନାରେ ଦିନକରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ଗୋଟିଏ ଦିନରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବ୍ରହ୍ମପୁର ଡାକ୍ତରଖାନା ଯାଉଥିବା ଯାଉଥିବା ବେଳେ ରାସ୍ତା ଜଣକର ମୃତ୍ୟୁ ଘଟିଛି । ଆମ୍ବଗାଁ, ତାଳପଡ଼ା ଓ ଦିଗପହଣ୍ଡି ବ୍ଲକ୍ ସମାସିଙ୍ଗି ଗ୍ରାମର ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାପଡିଛି । ଗତକାଲି ବେଲପଡ଼ା, ତାଳପଡ଼ା ଓ ଭ୍ରମରପୁର ଗ୍ରାମରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ବଣଶୋଳା ଗ୍ରାମର କେ. ଭାନୁମତି ନାମକ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ସେ ପାତ୍ରପୁର ଡାକ୍ତରଖାନାରେ ଭର୍ତି ହୋଇଥିଲେ । ତାଙ୍କୁ ଡାକ୍ତରଖାନା କର୍ତୃପକ୍ଷ ବ୍ରହ୍ମପୁର ବଡ ମେଡିକାଲକୁ ରେଫର୍ କରିଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଆସିନଥିଲା । ଏପଟେ ଭାନୁମତିଙ୍କ ସ୍ୱାସ୍ଥ୍ୟାବସ୍ଥ୍ା ବିଗିଡ଼ିବାରେ ଲାଗିଥିଲା । ପରିବାର ଲୋକେ ନିଜେ ଭଡ଼ାରେ ଏକ ଆମ୍ବୁଲାନ୍ସ ଆଣି ଅକ୍ସିଜେନ ଯୋଗାଡ଼ କରି ଯାଉଥିବା ସମୟରେ ଧାନଘର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା ।