ଭଞ୍ଜନଗର – ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମ ମସାଣି ସାହି ରେ ରହୁଥିବା କୁନା ଗୌଡ଼ ଙ୍କର ମୃତ ଦେହ ଆଜି ଦିନ 10ଟା ବେଳେ ଶ୍ରୀରାମ ସାହି ନାଳ ହୁଡ଼ା ରୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ତାରସିଂ ଥାନା ପୋଲିସ ପଠେଇଥିବା ଜଣାପଡିଛି l ସୂଚନା ମୁତାବକ କୁନା ଗତ 3ବର୍ଷ ହେଲା ନିଜ ଘର ଛାଡି ବିଲୁଆ ପଡା ରେ ଏକାକୀ ରହୁଥିଲା l ହେଲେ ଆଜି ତାର ଅଚାନକ ମୃତ ଦେହ ମିଳବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାର ସନ୍ଦେହ ପ୍ରକାଶ ପାଇଛି l ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି l କୁନା ର ମୁଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି l
ତେଣୁ ଏହା ହତ୍ୟା ନା କୁନା ନିଜେ ନାଳ ହୁଡ଼ା ରେ ପଡି ପ୍ରାଣ ହରାଇଛି ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଜଣା ପଡିଛି l