ମାଲକାନଗିରି -ବଣ୍ଡାଘାଟି ରେ ଜିଲ୍ଲାପାଳ ଙ୍କ ଅଦାଲତ।ଏଭଳି କଥା ଆମେ ଏଥିପାଇଁ କହୁଛୁ।କରୋନା ଭୁତାଣୁ ବଣ୍ଡାଘାଟି ରେ ପହଞ୍ଚିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ବଣ୍ଡାଘାଟିରେ ପହଞ୍ଚିଥିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲା ବିଜୟ ।ହେଲେ କରୋନା କଣ ଅନ୍ୟାନ୍ୟ ଅସୁବିଧା ଦେଖି ବିଚଳିତ ହେଲେ ଏବଂ ବିଡିଓ ଙ୍କୁ ତାଗିଦ କଲେ।ଏବଂ ବଣ୍ଡାଜନଜାତି ଙ୍କ ଗୋଟିଏ ପରେ ଗୋଟିଏ ସୁବିଧା ପାଇଁ ପୃତିଶ୍ରୁତି ଦେଲେ । ପରେ ଚାଲିଲା ଜିଲ୍ଲାପାଳ ଙ୍କ ବଣ୍ଡାଘାଟି ରେ ଅଦାଲତ।ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟି।୨ ଟି ପଞ୍ଚାୟତ ଅଣ୍ଡରାହାଲ ଓ ମୁଦୁଲି ପଡା ର ୩୨ ଟି ଗାଁ ରେ ପାଖାପାଖି ୭ ହଜାର ରୁ ଉର୍ଧ୍ଵ ଲୋକ ବସବାସ କରନ୍ତି।ଲକଡାଉନ ପରେ ସ୍ଥାନୀୟ ଅଞ୍ଚଳରେ ସାପ୍ତାହିକ ହାଟ ବନ୍ଦ ହେବା ପରେ ଅନ୍ୟ ଜିଲ୍ଲା ତଥା କୋରାପୁଟ ଜିଲ୍ଲା ର ଅନକାଡେଲି ହାଟ ଉପରେ ଏମାନେ ନିର୍ଭରଶୀଳ ହେଲେ, ସେଠାକୁ ଆନ୍ଧ୍ର ରୁ ଲୋକେ ଆସୁଥିବାରୁ ସେଠାରୁ ୧୨ଜଣ କରୋନା ରୋଗୀ ଚିହ୍ନଟ ହେଲେ।ସେଥିପାଇଁ ସ୍ଥିତି ଅନୁଧ୍ୟାନ କରିବା କୁ ବଣ୍ଡାଘାଟି ପହଞ୍ଚିଥିଲେ ଜିଲ୍ଲାପାଳ ୟେଦୁଲା ବିଜୟ।ଦାନ୍ତିପଡା ଯାଇ ସେଠାରେ କରୋନା ର ସ୍ଥିତି କିଭଳି ରହିଛି ତାହା ର ଅନୁଧ୍ୟାନ କରିଥିଲେ। ପରିଶେଷ ରେ ଜିଲ୍ଲାପାଳ କହିଲେ ଆପଣ ମାନଙ୍କ ଅନ୍ୟ କଣ ଅସୁବିଧା ରହିଛି ମତେ କୁହ।ଆଉ ସେଠାରୁ ଆରମ୍ଭ ହୋଇଯାଇଥିଲା ଜିଲ୍ଲାପାଳ ଙ୍କ ଅଦାଲତ। ସେଠାରେ କରୋନା ଠୁ ଅଧିକ କଷ୍ଟ ଦେଉଥିଲା ସେମାନଙ୍କୁ ମିଳୁନଥିବା ମୌଳିକ ସୁବିଧା।ଆଉ ଗୋଟିଏ ଛୋଟିଆ ଝିଅ ସୁକାନ୍ତି ମୁଦୁଲି ବଖା ଣିଲା ଗାଁ ର ଦୁର୍ଦ୍ଦଶା ଓ ଦୁର୍ବିସ ରେ ବିତାଉଥିବା ଗ୍ରାମବାସୀଙ୍କ କଥା । ଗାଁ ରେ ୭୦ ରୁ ଅଧିକ ଘର ରହିଛି ହେଲେ ଗାଁ ରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ ଗାଁ ରେ ଗୋଟିଏ ନଳକୂପ ଅଛି ତାହା ବି ଅଚଳ।ଗାଁ ରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ବହୁ ବର୍ଷ ହେବ ହେଉନାହିଁ।ଏବଂ ସବୁଠୁ ବଡ଼ ଅଭିଯୋଗ ହେଉଛି କିଛି ଲୋକ ଏବେ ବି କୁଲି କାର୍ଡ,ବାର୍ଦ୍ଧକ୍ୟ ଭତ୍ତା ଏବଂ ଅନ୍ୟାନ୍ୟ ଯୋଜନା ରେ ସାମିଲ ହୋଇନାହାନ୍ତି।ଏବଂ ଯେଉଁ ଚାଉଳ ଏମାନଙ୍କୁ ଦିଆଯାଉଛି ତାହା ନିକିତି ରେ ଏମାନଙ୍କୁ ବାଟବଣା କରାଯାଉଛି।ଏ ସବୁ ଦେଖି ବ୍ୟତିଥ ହୋଇଯାଇଥିଲେ ଜିଲ୍ଲାପାଳ।ଏବଂ ଖଇରପୁଟ ବିଡିଓ ଙ୍କ ଉପରେ ବିଗିଡି ଥିଲେ ମଧ୍ୟ।ଏବଂ ପରେ ସେସବୁ ସମସ୍ୟା ର ସମାଧାନ ୪୮ ଘଣ୍ଟା ଭିତରେ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ! ମୁଦୁଲିପଡା ରେ ଗୋଟିଏ ପରିବା ମାର୍କେଟ କରାଯାଉ ବୋଲି ନିର୍ଦେଶ ଦେବା ସହ ନିଜର ମୋବାଇଲ ନମ୍ବର ସମସ୍ତ ଗ୍ରାମବାସୀ ଙ୍କୁ ଦେଇଥିଲେ କହିଲେ ଯାହା ଅସୁବିଧା ହେଉଛି ସିଧାସଳଖ ମତେ ଯୋଗାଯୋଗ କର ସବୁ ସମସ୍ୟା ର ସମାଧାନ ମୁ ନିଜେ କରିବି।ଜିଲ୍ଲାପାଳ ଙ୍କ ଏଭଳି ବ୍ୟାଖ୍ୟା ଶୁଣି ଖୁଶି ହୋଇଯାଇଥିଲେ ବଣ୍ଡାଜନଜାତି କାରଣ ପୂର୍ବରୁ କୌଣସି ଜିଲ୍ଲାପାଳ ଏଭଳି କଥା କହିନଥିଲେ।ଏପଟେ ଜିଲ୍ଲାପାଳ କହିଛନ୍ତି ବଣ୍ଡାଘାଟି ରେ ଏବେ ସ୍ଥିତି ସେଭଳି ଅସମ୍ଭାଳ ହୋଇନାହିଁ।୧୨ ଆକ୍ରାନ୍ତ ରୁ ୪ ଜଣ ସୁସ୍ଥ ହୋଇ ଫେରିଛନ୍ତି ଆଉ ଅନ୍ୟାନ୍ୟ ସମସ୍ତ ଅସୁବିଧା ଆଗାମୀ ୪୮ ଘଣ୍ଟା ମଧ୍ୟରେ ସମାଧାନ କରାଯିବ!
ହିନ୍ଦୁସ୍ଥାନ ସମାଚାର /ଶିବବ୍ରତ /
Related Stories
November 25, 2024