
ମାଲକାନଗିରି -ନିଜ ଗାଁ କୁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ମିଶି ତିଆରି କଲେ ରାସ୍ତା!ପ୍ରଶାସନ ନ ଶୁଣିବାରୁ ନେଲେ ଏଭଳି ପଦକ୍ଷେପ!ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସେରପାଲି ଗ୍ରାମ ପଞ୍ଚାୟତ ର ବାଲିଆଗୁଡା ଗ୍ରାମର ରାସ୍ତା ଅବସ୍ଥା ଦୀର୍ଘ ଦିନ ଧରି ଶୋଚନୀୟ ହୋଇ ପଡ଼ିଥିଲା!ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ ଠାରୁ ଦେଢ଼ କିଲୋମିଟର ଦୂରରେ ଥିବା ଏହି ଗାଁ କୁ ସଂଯୋଗ କରୁଥିବା ମାଟି ରାସ୍ତାଟି ଖାଲଖମାରେ ଭରି ରହିଥିବାରୁ ଯାତାୟାତ କରିବା କଷ୍ଟ ସାଧ୍ୟ ହୋଉଥିଲା!ଏ ନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚ, ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଗୁହାରି କରିଥିଲେ ସୁଦ୍ଧା କେହି ଗୁରୁତ୍ୱ ଦେଇନଥିଲେ!ପାଦ ଚଲା ରାସ୍ତା ରେ ବଡ଼ ବଡ଼ ପଥର ଓ ଅନା ବନା ଗଛ ଭରି ରହିଥିବାରୁ ଚାରିଚକିଆ ଗାଡି ଯାଇ ପାରୁନଥିବାରୁ ଗୁରୁତର ରୋଗୀ ମାନେ ଆମ୍ବୁଲାନ୍ସ ସେବା ନପାଇ ବହୁ ସମୟରେ ମୃତ୍ୟ ବରଣ କରୁଥିଲେ!ବର୍ଷା ଦିନ ଆସୁଥିବାରୁ ଗ୍ରାମବାସୀ ମାନେ ଏହି ମରଣ ଯନ୍ତାରୁ କିପରି ରକ୍ଷା ପାଇବେ ସେଥି ପାଇଁ ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ ଯେ ପ୍ରତି ପରିବାର ନିଜ ଇଚ୍ଛାରେ ଅର୍ଥ ଦାନ କରିବାସହ ପ୍ରତ୍ୟେକ ପରିବାରର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଶ୍ରମଦାନ କରି ରାସ୍ତା ନିର୍ମାଣ କରିବାକୁ!ଏହି ନିଷ୍ପତି ଅନୁଯାୟୀ ଗ୍ରାମବାସୀ ମାନେ ମେସିନ ଲଗାଇ ପ୍ରଥମେ ରାସ୍ତା କାଟିବା ପରେ ଗ୍ରାମବାସୀ ମାନେ ମାଟି ପକାଇ ରାସ୍ତା ସମତଳ କରି ଦେଢ଼ କିଲୋ ମିଟର ରାସ୍ତା ନିର୍ମାଣ କରିଥିଲେ! ଏ ସମ୍ପର୍କରେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଜୟ କୁମାର ପ୍ରଧାନ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ପ୍ରକାଶ କରିଥିଲେ ଏପରି ଅଭିଯୋଗ ମୋ ପାଖକୁ ଆସିନାହିଁ ତେବେ ଘଟଣାର ଅନୁସନ୍ଧାନ କରାଯାଇ ଉଚିତ ପଦକ୍ଷେପ ନିଆଯିବ!ତେବେ ପ୍ରଶାସନ ଉପରେ ଭରଷା ନ କରି ନିଜ ଗ୍ରାମକୁ ରାସ୍ତା ନିର୍ମାଣ କରି ଗ୍ରାମବାସୀ ମାନେ ସାଧାରଣରେ ପ୍ରଶଂସା ର ପାତ୍ର ହୋଇଛନ୍ତି!