ପୁରୀ – ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବଳଗଣ୍ଡି ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ଗାଡିରେ ସେମାନଙ୍କୁ ଘରୁ ଅଣାଯାଇ ଟୀକାକରଣ ପରେ ପୁଣି ଘରେ ଛାଡିବା ବ୍ୟବସ୍ଥା କରାଯାଇଛି । ଆଜି ୭୨ ଜଣଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜରୁରୀକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଏଡିଏମଓ ଡା. ବିରଜା ଶଙ୍କର ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ତ୍ରିପାଠୀ, ଆଶା ସଂଯୋଜକ ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ଯୋଜନା ପରାମର୍ଶଦାତା ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ପର୍ଯ୍ୟାୟ କ୍ରମେ ପୁରୀ ପୌରାଚଂଳର ୩୨ଟି ୱାର୍ଡର ସମସ୍ତ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ପାଇଁ ପ୍ରୟାସ ଜାରି ରହିଛି ।