
ସାନଖେମୁଣ୍ଡି : ରାଜ୍ୟ ସରକାର ଙ୍କ ପ୍ରଚଳିତ ଶାସନ ବ୍ୟବସ୍ଥାର ସଂସ୍କାର ତଥା ଜନହିତକର ଯୋଜନାକୁ ଜନମାନସ ରେ ଉତ୍ତ୍ଯକ୍ତ କରାଇବା ସହିତ ପ୍ରସାଶନକୁ ଲୋକାଭିମୁଖି କରାଇବା ଦେଇ ଆବୃତ ଯୋଜନା ‘ ମୋ ନିବେଦନ’ କାଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେଉଅଛି। ସାନଖେମୁଣ୍ଡି ବ୍ଲକ ର 26 ପଞ୍ଚାୟତ ମଧ୍ୟ ରୁ ବହୁ ପଞ୍ଚାୟତରେ ଏହି କାଯ୍ୟକ୍ରମ ଫଳପ୍ରାତଃ ପ୍ରଭାବ ପଡ଼ୁଥିବା ଲକ୍ଷ କରାଯିବା ସହ ପଞ୍ଚାୟତ ସ୍ତରରେ ବେଶ୍ ଆବୃତ ହେଉଅଛି।
ଏହି ପରିପ୍ରେକ୍ଷୀରେ ଆଦି ମାନିବାରେ ଅବସରରେ p. ରାମଚନ୍ଦ୍ରପୁର ଏବଂ ଆଡ଼ପଡା ପଞ୍ଚାୟତର ‘ମୋ ନିବେଦନ’ କାଯ୍ୟକ୍ରମ ଆଡ଼ପଡା ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ସହିତ ଉଭୟ ପଞ୍ଚାୟତର ଗ୍ରାମ୍ୟ ସ୍ତରରେ ଥିବା ଜନସାଧାରଣଙ୍କ ଅଭିଯୋଗ ଗୃହୀତ ହୋଇଅଛି l
ଆଡ଼ପଡା ପଞ୍ଚାୟତ କାର୍ଯ୍ୟାଳୟ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଆୟୋଜିତ ଏହି ମୋ ନିବେଦନ କାଯ୍ୟକ୍ରମକୁ ସାନଖେମୁଣ୍ଡି ବିଡିଓ ଶ୍ରି ଗାୟତ୍ରୀ ଦତ୍ତ ନାୟକ ଙ୍କ ଉପସ୍ଥିତିରେ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଦ୍ୟରା ଅଭିଯୋଗ ପତ୍ର ସଂଗୃହୀତ ହେବା ସହିତ p. ରାମଚନ୍ଦ୍ରପୁର ପଞ୍ଚାୟତରୁ 140 ଏବଂ ଆଡ଼ପଡା ପଞ୍ଚାୟତରୁ 325 ଦରଖାସ୍ତ ଗୃହୀତ ହୋଇଅଛି l ପରନ୍ତୁ ଅଧିକାଂଶ ଆକାରରେ ଉଭୟ ପଞ୍ଚାୟତରୁ ଗ୍ରାମୀଣ ଆବାସ ଯୋଜନା, ଭତ୍ତା ଏବଂ ଜାତୀୟ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ପାଇଁ ଦରଖାସ୍ତ କରିଥିବା ଜଣାଯାଇଅଛି l
ଆଡ଼ପଡା ସରପଞ୍ଚ ଶ୍ରି ନୀଳମାଧବ ରାଉତଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ବୈଦ୍ୟୟନ୍ତି ସୁନ୍ଧା, ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ସରକାରୀ ମତ୍ସ୍ୟ ଅଧିକାରୀ ଜୟଶ୍ରୀ ଦେବୀଙ୍କ ସହିତ ପାଟପୁର ସ୍ଥିତ ବ୍ଲକ ପଶୁସମ୍ପଦ ଅଧିକାରୀ, କୃଷି ବିଭାଗ କର୍ମଚାରୀ ପ୍ରମୁଖ କାଯ୍ୟକ୍ରମରେ ଅଂଶଗ୍ରହଣ କରି ହିତାଧିକାରୀଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ରିପୋର୍ଟ ପ୍ରଫୁଲ ସାବତ