ଧର୍ମଶାଳା – ମଦ୍ୟପ ପୁତୁରାର କଟୁରୀ ଚୋଟରେ ଦାଦାର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଏଭଳି ଅମାନୁଷିକ ଘଟଣା ଘଟିଛି ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରମ୍ପା ଗ୍ରାମରେ । ମୃତକ ଜଣକ ହେଲେ ଏହି ଗ୍ରାମର ଦେବେନ୍ଦ୍ର ବାହାଲିଆ(୪୭) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନରେ ରମ୍ପା ଗ୍ରାମର ପିୟୁଷକାନ୍ତ ବାହାଲିଆ(୩୨) ସବୁ ବେଳେ ମଦ୍ୟପାନ କରି ଗ୍ରାମରେ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରେ । ଏପରିକି ଅନେକ ସମୟରେ ଲୋକମାନଙ୍କୁ ଧମକ ଚମକ ଦେଇଆସୁଥିଲା । ଏହି କାର୍ଯ୍ୟକଳାପକୁ ତାଙ୍କର ଦାଦା ଦେବେନ୍ଦ୍ର ଏହାକୁ ବିରୋଧ କରିଆସୁଥିଲେ । ତେବେ ଆଜି ମଧ୍ୟାହ୍ନରେ ଘରେ ଦେବେନ୍ଦ୍ର ଖାଉଥିବା ବେଳେ ସେ ମଦ୍ୟପାନ କରି ଏକ କଟୁରୀରେ ଦାଦାର ବେକକୁ ଆକ୍ରମଣ କରିଥିଲା । ଦାଦାକୁ ଘର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସଂଗେ ସଂଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ବରୀ-ରାମଚନ୍ଦ୍ରପୁର ପୋଲିସ ଖବର ପାଇ ମୃତ ଦେହକୁ ଜବତ କରିବା ଏହି ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡିଛି । ମୃତକ ଜଣକ ମାର୍ବଲ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାହାର ୨ଟି ଝିଅ ଥିବା ଜଣାପଡିଛି । ଅଭିଯୁକ୍ତକୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ପତ୍ନୀ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।
Related Stories
November 24, 2024
November 24, 2024