ଭୁବନେଶ୍ୱର – ଘରୋଇ ହସପିଟାଲ ଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଥବା ବେଳେ ରାଜ୍ୟ ସରକାର ନିରବ ରହିବା ଘଟଣାକୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ତୀବ୍ର ନିନ୍ଦା କରିଛନ୍ତି । ଶ୍ରୀ ନୱାଜ କହିଛନ୍ତି ଘରୋଇ ହସପିଟାଲ ଗୁଡ଼ିକର ଶୋଷଣ ସଂପର୍କରେ ବହୁ ଅଭିଯୋଗ ହସ୍ତଗତ ହୋଇଥିଲେ ମଧ୍ୟ କରୋନା କଟକଣା ଦୃଷ୍ଟିରୁ ଆନ୍ଦୋଳନ ହୋଇପାରୁ ନାହିଁ । ମାତ୍ର ଏହି ହସପିଟାଲ ଗୁଡ଼ିକର ମନମାନୀ ଏବଂ ରାଜ୍ୟ ସରକାରଙ୍କ ନୀରବତାକୁ ବରଦାସ୍ତ କରାଯିବ ନାହିଁ । ଘରୋଇ ହସପିଟାଲ ଗୁଡ଼ିକୁ ରାଜ୍ୟ ସରକାର କେତେକ ସ୍ଥଳେ ଯାଗା ଯୋଗାଇ ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଦେଉଛନ୍ତି । ମାତ୍ର ଯେତେବେଳେ ଲୋକଙ୍କର ଦରକାର ପଡ଼ୁଛି ସରକାର ସେତେବେଳେ କାହିଁକି ଚୁପ ରହୁଛନ୍ତି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ସରକାର ଘରୋଇ ହସପିଟାଲର ଶୋଷଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ନୱାଜ ଦାବୀ କରିଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ଏ ଅନ୍ୟାୟର ତୀବ୍ର ବିରୋଧ କରିବେ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024