ଭୁବନେଶ୍ୱର – ରାଜ୍ୟରେ ଆଜି କରୋନାରୁ ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୬ ହଜାର ୬୩୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୧ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡ଼ରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଂଜାମରୁ ୩୬୬, ନବରଂଗପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ଝାରସୁଗୁଡ଼ାରୁ ୩୩୪, ସମ୍ବଲପୁରରୁ ୩୦୦, ଭଦ୍ରକରୁ ୨୫୦, ନୟାଗଡ଼ରୁ ୨୪୫, ଢେଙ୍କାନାଳରୁ ୨୩୬, ବାଲେଶ୍ୱରରୁ ୨୩୦, ବୌଦ୍ଧରୁ ୨୧୮ ଓ ନୂଆପଡ଼ାରୁ ୨୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେହିପରି ରାୟଗଡ଼ାରୁ ୧୯୯, କେନ୍ଦୁଝରରୁ ୧୮୬, ମୟୂରଭଂଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୁବର୍ଣ୍ଣପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୧, ଦେବଗଡ଼ରୁ ୧୩୮, କୋରାପୁଟରୁ ୧୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫, ମାଲକାନଗିରିରୁ ୮୩ ଓ ରାଜ୍ୟପୁଲରୁ ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।