ଜୟପୁର – ଘାଟି ତଳକୁ ଗ୍ୟାସ ଟ୍ୟାଙ୍କର ଖଲି ଡ୍ରାଇଭରଙ୍କ ମୃତୁ୍ୟ ହୋଇଛି । ଜୟପୁର ଦେଇଯାଇଥିବା ଜାତିୟ ରାଜପଥ ୨୬ର କୋରାପୁଟ ଘାଟିର କାଳି ଭୈରବି ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ଘାଟି ନିକଟରେ ଏକ ଟ୍ରକ ଅଚଳ ହୋଇ ରହିଥିଲା । ସେହି ଟ୍ରକକୁ ସାଇଡ କରି ଯିବାବେଳେ ଭାରସ୍ୟାମ ରକ୍ଷା କରିନପାରି ଓଲଟି ପଡିଥିଲା । ଟେଙ୍କରଟି ଘାଟିର ୨୫ ଫୁଟ ତଳୁ ଖସି ପଡିଥିଲା । ଏକ ଗ୍ୟାସ ବେଝେଇ ଟ୍ୟାଙ୍କର ବିଶାଖାପାଟଣାରୁ ରାୟପୁର ଯାଉଥିବାବେଳେ ଭାରସ୍ୟାମ ହରାଇ ଘାଟି ତଳକୁ ଟେଙ୍କର ଖସିପଡିଥିଲା । ଡ୍ରାଇଭର ଟେଙ୍କରରେ ଚାପି ହୋଇଯାଇଥିବାବେଳେ ଘଟଣା ସ୍ଥଳରେ ଓଡ୍ରାଫ, ଦମକଳ ବିଭାଗ. ଆମ୍ବୁଲାନ୍ସ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଓଡ୍ରାଫ ଟିମର ବହୁ ଉଦ୍ୟମରେ ଡ୍ରାଇଭରକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେପଟେ ଟେଙ୍କରରେ ଗ୍ୟାସ ଭର୍ତିହୋଇ ରହିଥିବାବେଳେ ଲିକ୍ହେବା ଆରମ୍ବ ହୋଇଛି । ଗରମ ଯୋଗୁଁ ବ୍ଲାଷ୍ଟ ହେବାର ଆଶଙ୍କା ଥିବାରୁ ଦମକଳ ବିଭାଗ ତରଫରୁ ଟ୍ୟାଙ୍କରେ ପାଣି ପକାଯାଉଛି । ବର୍ତମାନ ଟେଙ୍କର ବ୍ଲାଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଅବଦୁଲ ମହମ୍ମଦ ଅକ୍ତର, ଉପ ଜିଲାପାଳ ହେମକାନ୍ତ ସାୟ, ଏସଡିପିଓ ଅରୁପ ଅଭିଶୋକ ବେହେରା. ସଦର ପୋଲିସ, ଆରଟିଓ, ଦମକଳ ବିଭାଗ ପହ ିଥିଲେ । ସେପଟେ ଜୟପୁର- କୋରାପୁଟ ରାସ୍ତାରେ ଗାଡି ଚଳାଚଳ ବନ୍ଦ କରାଯାଇଛି । ଗ୍ୟାସକୁ ଅନ୍ୟ ଏକ ଟେଙ୍କରେ କଡାଯିବା ପାଇଁ ଏଲପିଜି ଗ୍ୟାସର ଏକ ଟିମ ପହଂଚିବା ପରେ ଟ୍ୟାଙ୍କରକୁ ସେଠାରୁ କଡାଯାଇ ପାରିବ ବୋଲି ଜୟପୁର ଅଗ୍ନିସମ ଅଧିକାରି ପ୍ରଶାନ୍ତ କୁମାର ଅଧିକାରି କହିଛନ୍ତି । ଦୁର୍ଘଟଣା ଯୋଗୁଁ କୋରାପୁଟ ଜୟପୁର ରାସ୍ତା କୁ ବନ୍ଦ କରାଯାଇଥିବା ବେଳେ କୋରାପୁଟ- ରାଣିଗଡ- ବୋରିଗୁମ୍ମା ରାସ୍ତାରେ ଗାଡି ମୋଟର ଯିବା ପାଇଁ ଜିଲାପାଳ ନିଦେ୍ଧଷ ଦେଇଛନ୍ତି । ପରବର୍ତି ନିଦେ୍ର୍ଧଷନାମା ଯାଏ ଏହି ରାସ୍ତାରେ ଚଳପ୍ରଚଳ କରିବାକୁ ନିଦେ୍ର୍ଧଷ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଶେଷହେବା ପର୍ଯ୍ୟନ୍ତ ଜୟପୁର କୋରାପୁଟ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିବ ବୋଲି ଜିଲାପାଳ ନିଦେ୍ର୍ଧଷ ଦେଇଛନ୍ତି ।
Related Stories
November 24, 2024