ନୂଆଦିଲ୍ଲୀ – କୋଭିଡ-19 ପାଇଁ ଜରୁରି ପ୍ରତ୍ୟେକ ଔଷଧ ଯୋଗାଣକୁ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଆଜି ସୂଚନା ଦେଇଛନ୍ତି। କୋଭିଡ-19 ଚିକିତ୍ସା ପାଇଁ ବ୍ୟବହୃତ ସମସ୍ତ ଔଷଧ ଉତ୍ପାଦନ ଓ ଆମଦାନୀ ବୃଦ୍ଧି କରାଯାଇ ବର୍ତ୍ତମାନ ଭାରତରେ ସେଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରାଯାଉଛି। ଯୋଗାଣ ଶୃଙ୍ଖଳ ପରିଚାଳନା, ଚାହିଦା ଆଧାରିତ ପରିଚାଳନା ଏବଂ ସୁଲଭତା ଆଦି ତ୍ରିସ୍ତରୀୟ ରଣନୀତି ଜରିଆରେ ଏହିସବୁ ଔଷଧର ଉପଲବ୍ଧତା ସମୀକ୍ଷା କରାଯାଉଛି।