ବ୍ରହ୍ମପୁର – ଗତ ୨୪ଘଂଟା ମଧ୍ୟରେ ବ୍ରହ୍ମପୁର ପୋଲିସ୍ ବିଭିନ୍ନ ଯାନବାହନ ଚାଳକଙ୍କ ଠାରୁ ୧ଲକ୍ଷ ୫୮ ହଜାର ଟଙ୍କା ଚାଲାଣ ଆଦାୟ କରିଛି । ବ୍ରହ୍ମପୁର ଏସ୍ପିଙ୍କ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ଏହି ସମୟ ମଧ୍ୟରେ ୩୧୬ଟି ଯାନବାହନରୁ ଚାଲାଣ କଟାଯାଇଛି । ସେହିପରି ନାଇଟ୍ କର୍ଫୁ୍ୟ ଉଲ୍ଲଂଘନ ୧୩ଟି କେଶ୍ରୁ ୪ହଜାର ୫୦୦, ୧୧ଟି ଦୋକାନ ସିଲ୍ କରାଯାଇ ୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ଦିଆଯାଇଛି । ଅପରପକ୍ଷରେ ମାକ୍ସ ନପିନ୍ଧିବା ଅଭିଯୋଗରେ ୪୨ହଜାର ୫୦୦ଟଙ୍କା ଏବଂ ସାମାଜିକ ଦୂରତା ନରଖିବା ୧୨ ବ୍ୟକ୍ତିଙ୍କ ଠାରୁ ୫ହଜାର ୪୦୦ଟଙ୍କା ଆଦାୟ କରାଯାଇଛି । ଏହାବ୍ୟତୀତ ୩ଟି ଅବକାରୀ ମାମଲା ରୁଜୁକରି ୩ଜଣଙ୍କୁ ଆରେଷ୍ଟ କରାଯାଇଛି ।