ବରଗଡ଼– ଗତ ୨୪ଘଂଟା ମଧ୍ୟରେ ବରଗଡ଼ ଜିଲ୍ଲାରେ ମାସ୍କ ନପିନ୍ଧିଥିବା କାରଣରୁ ୪୨ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା କାରଣରୁ ୯ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବରଗଡ଼ ଏସ୍ପିଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହି ଅବଧି ମଧ୍ୟରେ ବିଭିନ୍ନ ଯାନବାହନରୁ ଜରିମାନା ବାବଦରେ ୨୪ହଜାର ଟଙ୍କା ଆଦାୟ କରାଯାଇଥିବାବେଳେ ୬ଟି ଅବକାରୀ ମାମଲା ରୁଜୁ କରାଯାଇଛି । ଏହାସହିତ ସପ୍ତାହାନ୍ତ ଲକ୍ଡାଉନ୍ ଉଲ୍ଲଂଘନ ବାବଦରେ ୮୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।
Related Stories
November 23, 2024