କୈଳାଶ ଚନ୍ଦ୍ର ପଣ୍ଡା, ବାଙ୍କୀ
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି |ଗତ ଏକ ସପ୍ତାହ ମଧ୍ୟରେ ଚି଼ହ୍ନଟ ଆଜିର ୨ ଜଣଙ୍କୁ ମିଶାଇ ସଂକ୍ରମିତ ସଂଖ୍ୟା ୩୨ କୁ ବୃଦ୍ଧି ପାଇଛି |କରୋନା ସଂକ୍ରମିତ ଲୋକ ଚି଼ହ୍ନଟ ହେବାପରେ ସମସ୍ତ ସଂକ୍ରମିତଙ୍କ ଗୃହରେ କରୋନା ଗାଇଡ଼ ଲାଇନ ଅନୁସାରେ ହୋମ କ୍ୱାରେନଟାଇନ ରେ ରହିବା ଉଚିତ କିନ୍ତୁ କିଛି ସଂକ୍ରମିତଙ୍କ ଘରେ ଉପଯୁକ୍ତ ସୁବିଧା ନ ଥିବାରୁ ସେମାନେ ନିୟମ ନମାନି ବାହାରେ ବୁଲିବା ସହିତ ପଦାକୁ ଝାଡା, ପରିସ୍ରା ଓ ଗାଧୋଇବା ପାଇଁ ପୋଖରୀକୁ ଆସୁଛନ୍ତି |ଯାଦ୍ୱାରା ଆଗାମୀ ଦିନରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଜଣାପଡୁଛି |ଜିଲ୍ଲା ପ୍ରଶାସନ ତରଫରୁ ଏଥିପ୍ରଡି ଧ୍ୟାନ ଦେବା ସହିତ ଗ୍ରାମ ପଞ୍ଚାୟତରେ ଥିବା ସ୍କୁଲଗୃହ କିମ୍ବା ଅନ୍ୟ କୌଣସି ଗୃହରେ ସ୍ୱତନ୍ତ୍ର କ୍ୱାରେନଟାଇନ ସେଣ୍ଟର ଖୋଲି ସଂକ୍ରମିତ ଙ୍କୁ ସଂଘରୋଧରେ ରଖାଗଲେ ଆଗାମୀ ଦିନରେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ |