ନୂଆଦିଲ୍ଲୀ – ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତୀ ହିଂସାରେ ମୃତ୍ୟୁବରଣ କରିଥିବା ବିଜେପି କାର୍ଯ୍ୟକର୍ତା ଅଭିଜିତ ସରକାର ଓ ହରନ ଅଧିକାରୀଙ୍କ ପରିବାର ସୁପ୍ରିମକୋର୍ଟ ପହଂଚିଛନ୍ତି । ସୁପ୍ରିମକୋଟ ଆବେଦନକର୍ତାଙ୍କ ଆବେଦନକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଆଗାମୀ ଶୁଣାଣୀ ମେ ୨୪ରେ ହେବ । ଆବେଦନକାରୀଙ୍କ ପକ୍ଷରୁ ଓକିଲ ମହେଶ ଜେଠମାଲାନି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ପୋଲିସର ଭୂମିକା ଏଥିରେ ସନ୍ଦିଗ୍ଧ ରହିଛି । ରାଜ୍ୟ ସରକାର ଅପରାଧକୁ ରୋକିବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ଏହି ଘଟଣାର ଯାଂଚ ମଧ୍ୟ କରାଉ ନାହାନ୍ତି ।
Related Stories
November 23, 2024