ଦିଲ୍ଲୀ – ଦିଲ୍ଲୀରେ ଗତ ୨୪ ଘଂଟାରେ ୪୪୮୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୬୫ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୦,୮୬୩ ହୋଇ ଯାଇଛି ।
ଗୋଆରେ ଗତ ୨୪ ଘଂଟାରେ ୧୩୫୮ କରୋନାର ନୂଆ ମାମଲା
ଗୋଆରେ ଗତ ୨୪ ଘଂଟାରେ ୧୩୫୮ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୩,୯୪୬ ହୋଇଛି ।
ପୁଡୁଚେରୀରେ କରୋନାର ୧୭୯୭ ନୂଆ ମାମଲା
ପୁଡୁଚରେୀରେ ଗତ ୨୪ ଘଂଟାରେ ୧୭୯୭ ଜଣ ନୂଆ କରୋନା ମାମଲା ସାମନାକୁ ଆସିଛି । ପୁଡୁଚେରୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୭,୪୭୭ ହୋଇ ଯାଇଛି । ପ୍ରଶାସନ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।