
କନ୍ଧମାଳ – କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନାର ୧୦ ଜଣ ପୋଲିସ ଅଧିକାରୀ ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଅଦଳବଦଳ କରିଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ । ଗତ ୧୭ ତାରିଖରେ ସେ ଜାରୀ କରିଥିବା ଏହି ବଦଳି ନିର୍ଦ୍ଧେଶ ମୁତାବକ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ନିୟୋଜିତ ଥିବା ଇନିସ୍ପେକ୍ଟର ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କୁ ଚକାପାଦ ଥାନା ଅଧିକାରୀ ଭାବରେ ନିୟୋଜିତ କରିଥିବା ବେଳେ ଚକାପାଦ ଥାନା ଅଧିକାରୀ ଧିରଜ ଲେଙ୍କାଙ୍କୁ କୋଟଗଡ ଥାନା ଅଧିକାରୀ ଭାବରେ ବଦଳି କରିଛନ୍ତି । ସେହିପରି ତୁମୁଡିବନ୍ଧ ଥାନା ଅଧିକାରୀ ବାବାଶଙ୍କର ଶରାଫଙ୍କୁ ବାଲିଗୁଡା ଥାନା ଅଧିକାରୀ ଭାବରେ,ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ଫୁଲବାଣୀ ସଦର ଥାନା ଅଧିକାରୀ ଭାବରେ,ରାଇକିଆ ଥାନା ଅଧିକାରୀ ଦାୟୀତ୍ୱରେ ଥିବା ତରୁଣତପନ ବେହେରାଙ୍କୁ ତୁମୁଡିବନ୍ଧ ଥାନା ଅôଦକାରୀ ଭାବରେ ସେହିପରି ବେଲଘର ଥାନା ଅଧିକାରୀ ଦାୟୀତ୍ୱରେ ଥିବା ଶ୍ରୀକାନ୍ତ ଖମାରୀଙ୍କୁ ରାଇକିଆ ଥାନା ଅଧିକାରୀ ଭାବରେ ବଦଳି କରାଯାଇଛି । ସେହିପରି ବାରଖମା ଫାଣ୍ଡି ଦାୟୀତ୍ୱରେ ଥିବା ଦୀପକ ରାଉତଙ୍କୁ ବେଲଘର ଥାନା ଅଧିକାରୀ ଭାବରେ ଫୁଲବାଣୀ ଆଦର୍ଶ ଥାନାରେ କାର୍ଯ୍ୟରତ ସାନ୍ତନୁ କୁମାର ପ୍ରଧାନଙ୍କୁ ବାରଖମା ଫାଣ୍ଡି ଅଧିକାରୀ ଭାବରେ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ରଣଜିତ କୁମାର ମୁନୀଙ୍କୁ ଗୋଛାପଡା ଥାନା ଅଧିକାରୀ ଭାବରେ ଗୋଛାପଡା ଥାନାରେ କାର୍ଯ୍ୟରତ ଦସରଥ ହେମ୍ରମଙ୍କୁ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ଭାବରେ ଅବସ୍ଥାପିତ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲ । ତେବେ ସେ କନ୍ଧମାଳ ଜିଲ୍ଲାରେ ଯୋଗ ଦେବା ପରେ ପ୍ରଥମ ଥର ଏହିଭଳି ବଡ ଧରଣର ଅଦଳବଦଳ କରିଥିବା ଜଣାପଡିଛି ।