ବାରିପଦା – ମଙ୍ଗଳବାର ସକାଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଧୀନସ୍ଥ ଜାମୁନାଳିଆ ଗ୍ରାମରେ ଥିବା ଏକ କାଜୁ ବଗିଚା ବାଡ଼ରେ ଲାଗି ରହିଥିବା ଏକ ହରିଣକୁ ବନ ବିଭାଗ କର୍ମଚାରୀ ଆହତ ଅବସ୍ଥାରେ ଉଦ୍ଧାର କରିଛି । ଏହାପରେ ଆହତ ହରିଣକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିବା ସମୟରେ ମୃତୁ୍ୟ ହୋଇଥିଲା । ମୃତ ହରିଣର ଶବ ବ୍ୟବଚ୍ଛେଦ କରି ବନବିଭାଗ ତାକୁ ମାଟିରେ ପୋତି ଦେଇଛି । ପ୍ରାପ୍ତ ସୂଚନା ଅନୁସାରେ ମହୁଲଡିହା ଫରେଷ୍ଟ ବିଟ ଅଧୀନ ଜାମୁନାଳିଆ ଗ୍ରାମରେ ଜଣେ ବ୍ୟକ୍ତି ଲଗାଇଥିବା କାଜୁ ବଗିଚାର ଚାରିପାଖକୁ ପ୍ଲାଷ୍ଟିକ ଜାଲରେ ବାଡ଼ ଘେରିଥିଲେ । ଜଙ୍ଗଲରୁ ବାଟବଣା ହରିଣଟି ଆସି ଏହି ଜାଲରେ ଛନ୍ଦି ହୋଇଯାଇଥିଲା ।
Related Stories
November 24, 2024
November 24, 2024