-
୫ ଟି ଛାଟ ପାଇଁ ବି.ଜେ.ଡି ନେତାଙ୍କ ଦାବି: ରାଠୋର ହେଲେ କଠୋର
ଧର୍ମଶାଳା – ଯାଜପୁର ଜିଲ୍ଲାର ନିÂାପର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ପଥର ମାଫିଆ ତଥା ଲୁଟେରାଙ୍କ ପ୍ରତି ନିÂୁର ହେଲେ ବୋଲି ଧର୍ମଶାଳାରେ କ୍ଷମତାକେନ୍ଦ୍ରର ରିମୋଟରେ ଚାଲିଥିବା କଳାପଥର କାରବାର ନେଇ ହେଉଥିବା ଟେଣ୍ଡର ଫିକ୍ସିଂ ତଥା ସିଙ୍ଗଲ ଟେଣ୍ଡରକୁ ବନ୍ଦ କରାଯାଇଛି । ସରକାର ପ୍ରାୟ ହଜରେ କୋଟି ଟଙ୍କାର ରାଜସ୍ୱ ହରାଉ ହରାଉ ଅଳ୍ପକେ ରକ୍ଷା ପାଇଗଲେ । ହେଲେ ବର୍ଷ ବର୍ଷ ଧରି ଏତେ ବଡ ଘୋଟାଲା ପାଇଁ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କା ହରାଉଛନ୍ତି । ତେଣୁ ଏହାର ଅନ୍ତରାଳରେ କାର୍ପଟଦାର ସାଜିଥିବା ପ୍ରଶାସକ ଏବଂ କ୍ଷମତାସୀନଙ୍କ ବିରୋଧରେ ଫାଇବ ଟି ଛାଟ ବାଜିବା ନିହାତି ଆବଶ୍ୟକ ବୋଲି ଖୋଦ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ସ୍ୱର ଉଠାଇବା ପରେ ଏଥିନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଧର୍ମଶାଳାର ୧୩ ଟି ଖାଦାନରେ ଘନ ମିଟର ପ୍ରତି ୧୧୦୦ ଟଙ୍କା ମୂଲ୍ୟର କଳାପଥରକୁ ୬୫ ଟଙ୍କାରୁ ୮୫ ଟଙ୍କାରେ ନିଲାମ ପ୍ରଦାନ ପାଇଁ ରାଜନୈତିକ ଚାପରେ ପ୍ରଶାସନିକ ଷଡଯନ୍ତ୍ର ହୋଇଥିଲା । ଏଥିପାଇଁ ଏହିସବୁ ଖାଦାନକୁ ଘନ ମିଟର ପିଛା ୨୫୦ ଟଙ୍କାରୁ ୧୧୦୦ ଟଙ୍କା ପର୍ଯ୍ୟନ୍ତ ବହୁ ସଂଖ୍ୟକ ଲିଜଧାରୀଙ୍କ ଆବେଦନକୁ ବିଭିନ୍ନ ଆଳରେ ଉଦେ୍ଧଶ୍ୟ ମୂଳକ ଭାବେ ଅଯୋଗ୍ୟ କରାଯାଇ ଥିଲା । ସରକାରଙ୍କ ହଜାରେ କୋଟି ଟଙ୍କାର ରାଜସ୍ୱକୁ ଡୁବାଇବା ପାଇଁ ଖୋଦ ରାଜସ୍ୱ ପ୍ରଶାସନ ଆଗେଇ ଆସିଥିଲା । ୨୦୨୧ ମାଚ୍ଚ ୨୪ ତାରିଖରେ ଏହି ବିବାଦୀୟ ଟେଣ୍ଡରକୁ ତନଖି କରାଯାଇ ବହୁକୋଟି ଟଙ୍କାର ଏହି ଖାଦାନ ଗୁଡିକୁ ଜଣେ ଲେଖାଁଏ ବିଡରଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବେ ଯୋଗ୍ୟ ବିବେଚିତ କରାଯାଇ ଥିଲା । ଏହି ପ୍ରକାର ଅନିୟମିତତା ନେଇ ଜିଲ୍ଲା ବରିÂ ଅଧିକାରୀ ଏବଂ ତହସିଲଦାର ଜାଣିଥିଲେ ମଧ୍ୟ ଜିଲ୍ଲାର ପ୍ରଶାସନିକ ମୁଖିଆ ଜିଲ୍ଲାପାଳଙ୍କୁ କିନ୍ତୁ ଅବଗତ କରାଇ ନଥିଲେ । ବିଧି ଅନୁସାରେ ମଧ୍ୟ ସିଙ୍ଗଲ ଟେଣ୍ଡର ନିୟମ ମୁତାବକ ନିଲାମକୁ ବାତିଲ କରି ନଥିଲେ । ଜିଲ୍ଲାପାଳଙ୍କୁ ଅଗୋଚରରେ ଏ ପ୍ରକାର ବେଆଇନ ଟେଣ୍ଡର ଫିକ୍ସିଂକୁ ଜିଲ୍ଲା ସ୍ତରରେ ପ୍ରଶାସନିକ ଅନୁମତି ଦେବା ପରେ ଅପ୍ରେଲ ୫ ତାରିଖରେ ସିଙ୍ଗଲ ବିଡରଙ୍କୁ ଫର୍ମ-ଏଫ ଜାରି କରି ଦେଲେ । ଏଥିନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଜିଲ୍ଳାପାଳ ଉକ୍ତ ୧୫ ଫାଇଲକୁ ସମୀକ୍ଷା କରିବା ପରେ ଜିଲ୍ଲାପାଳଙ୍କ ନିଷ୍ପତି ମୁତାବକ ଅପ୍ରେଲ ୨୮ ତାରିଖରେ ସିଙ୍ଗଲ ବିଡରଙ୍କୁ ଟେଣ୍ଡର ନିୟମ ସର୍ତ ସହ ଉକ୍ତ ଟେଣ୍ଡର ପ୍ରକିୟାରେ ସର୍ବୋଚ୍ଚ ଦରରେ ନିଲାମ ନେବାକୁ ପ୍ରଶାସନ ପରାମର୍ଶ ଦେଇଥିଲେ । ହେଲେ ଶାଗମାଛ ଦରରେ ପାହାଡକୁ ବର୍ଷ ବର୍ଷ ଧରି ଗିଳୁଥିବା କଳାପଥର ଲୁଟେରା କିନ୍ତୁ ଏହି ଲିଜ ସର୍ତକୁ ମାନି ନଥିଲେ । ପୂର୍ବରୁ ବହୁ ଜିଲ୍ଲାପାଳଙ୍କୁ ନିଜ କବ୍ଚାରେ ରଖିବାରେ ହେଉ କିମ୍ବା ଜିଲ୍ଲାପାଳଙ୍କ ନିଦେ୍ର୍ଧଶକୁ ବାଁଏ ବାଁଏ ଉଡାଇ ଦେଇଥିବା କଳାପଥର ମାଫିଆ ତଥା ତାଙ୍କର କ୍ଷମତାକେନ୍ଦ୍ର ଏଥର ବି ଜିଲ୍ଲାପାଳଙ୍କ ନିଦେ୍ର୍ଧଶକୁ ଫତକାରରେ ଉଡାଇ ଦେବାର ମସୁଧାରେ ଲାଗି ପଡିଥିଲେ । ହେଲେ ଜିଲ୍ଲାପାଳ ରାଠୋର ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ କଠୋର ହେବାରୁ ପ୍ରାୟ ହଜାରେ କୋଟି ଟଙ୍କାର ରାଜସ୍ୱ ସୁରକ୍ଷା ହେଲା । ଏଥିନେଇ ଆଜି ବି.ଜେ.ଡି ନେତା ତଥା ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ଯାଜପୁର ଜିଲ୍ଲାପାଳଙ୍କ ନିÂାକୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ୫ ଟି ବ୍ୟବସ୍ଥା ଉପରେ ଠିଆ ହୋଇଛି । ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ନବୀନ ସରକାରର ଅସଲ ବଳ । ନବୀନ ସରକାର କୌଣସି ଦୁର୍ନିତିରେ କୌଣସି ବ୍ୟକ୍ତିକୁ ବରଦାସ୍ତ କରିନାହିଁ । ଏ କ୍ଷେତ୍ରରେ ବର୍ଷ ବର୍ଷ ଧରି ସରକାରଙ୍କ ରାଜସ୍ୱକୁ ହଡପ କରି ଧର୍ମଶାଳାର ଗୋଟିଏ ପରେ ଗୋଟିଏ ପାହାଡ ଖାଇ ଦେଉଥିବା ପଥର ମାଫିଆଙ୍କୁ ସୁରକ୍ଷା ଦେଉଥିବା କଳାପାହାଡଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରନ୍ତୁ । ଏହାଦ୍ୱାରା ସରକାର ସାଧାରଣରେ ଅଧିକ ଗ୍ରହଣୀୟ ହେବ ।