ଟାଙ୍ଗୀ – ଆଜି ରାତି ୭ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ହାଟ ବରଡି ଗ୍ରାମରେ ଘଟିଯାଇଛି ଅଘଟଣ । ଘର ଭିତରେ ପିଲାମାନେ ଖେଳୁଥିବା ବେଳେ ଘରର ପୁରୁଣା ଆଟୁ ଅଚାନକ ଭାଙ୍ଗି ଯାଇଥିଲା । ସେହି ସମୟରେ ଘର ଭିତରେ ଖେଳୁଥିବା ଦୁଇ ଭଉଣୀ ବବିତା (୧୫) ଓ ସୁନିତା (୧୬)ଙ୍କ ଉପରେ ବାଉଁଶ ଓ ମାଟି ଲଦି ହୋଇଥିଲା । ଏହା ପରେ ଜୋରରେ ଏକ ଶବ୍ଦ ଶୁଭିଲା । ସଙ୍ଗେ ସଙ୍ଗେ ପରିବାର ଲୋକ ଓ ପାଖ ପଡୋଶୀ ଆସି ମାଟି ତଳୁ ୨ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି । ଦୁଇ ଭଉଣୀ ସେଠାରେ ଚିକିତ୍ସାଧିନ ରହିଛନ୍ତି ।
Related Stories
November 24, 2024
November 24, 2024