ଜୟପୁର – ଜୟପୁର ସହରର ମହାରାଣିପେଟା, ନୁଆସାହି ଦ୍ୱିତୀୟ ଲାଇନ ଓ ଭିଆଇପି ଲାଇନକୁ ମାଇକ୍ରୋ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । କିଛି ଦିନ ହେବ ଏହି ଅଂଚଳରେ ନିୟମିତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କଂଟେନମେଂଟ ଜୋନରେ ଦୋକାନ ବଜାର ବନ୍ଦ ରଖିବା ସହ ଲୋକଙ୍କ ଅବାଧ ଚଳାଚଳ ଉପରେ କଟକଣା ଲଗାଯାଇଛି । ଆସନ୍ତା ୨୧ ତାରିଖ ମଧ୍ୟହ୍ନ ୧୨ ଟା ଯାଏ ଏହି କଟକଣା ବଳବତର ରହିବ । କୋଭିଡ କଟକଣା ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଆଇନରେ ମାମଲା ରୁଜୁ କରାଯିବ ବୋଲି ଜିଲାପାଳ ଅବଦଲ ମହମ୍ମଦ ଅଖତର ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଜୟପୁର ତହସିଲଦାର ପ୍ରଧାନ ଠୁଲ୍ଲି ଅମ୍ମା, ଅତିରିକ୍ତ ତହସିଲଦାର ଅସ୍ୱିନୀ କୁମାର ମହାପାତ୍ର, ପ୍ରମୁଖ ୨ଟି ସାହିରେ ମାଇକ୍ରୋ କଂଟେନମେଂଟ ଜୋନ କରିଥିଲେ । ପୌରସଂସ୍ଥା ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଦେବାର ବ୍ୟବସ୍ଥା କରାଯାଇଛି ।
Related Stories
November 24, 2024
November 24, 2024