ବାରିପଦା – ବହଳଦା ବନ ବିଭାଗ କର୍ମଚାରୀମାନେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ୧୦ କିଗ୍ରା ଜଙ୍ଗଲି ବାରହା ମାଂସ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିବାର ଜଣାପଡ଼ିଛି । ଗତ ମେ ୧୬ ରାତିରେ ବନାଂଚଳ ଅଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ବହଳଦା ସେକ୍ସନ ବନପାଳ ମିନାକ୍ଷୀ ନାଏକ ଫୁଲବାଡ଼ିଆ ସେକ୍ସନର ପାଟଶାଣୀପୁର ବିଟର ବନରକ୍ଷୀ ଓ ଅନ୍ୟକର୍ମଚାରୀମାନଙ୍କୁ ସାଥୀରେ ଧରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କମ୍ପାର୍ଟମେଂଟ ନଂ ଇଡ଼ି-୪ରେ ରାତ୍ରିକାଳୀନ ପେଟ୍େରାଲିଂ କରୁଥିବା ସମୟରେ ଭାଲୁବସା ଅଞତଚଳର ଜାମୁପାଣିକଚା ନିକଟରେ ଏକ ଟର୍ଚ୍ଚ ଲାଇଟ ଦେଖି ସେହି ଦିଗରେ ଯାଇଥିଲେ । ଏହି ସମୟରେ ଉଦଳା ଥାନା ଅମ୍ବିକାଦେଇପୁର ଅଂଚଳ କାଶିକୁଣ୍ଡଳ ଗ୍ରାମର ଲାଲ୍ ବାବୁ ନାଏକଙ୍କ ପୁଅ ହରି ନାଏକ(୨୩) ଏକ ସାଇକେଲରେ କିଛି ଜିନିଷ ଭର୍ତି ଥିବା ଦୁଇଟି ବ୍ୟାଗ ଓହଳାଇ ଗଡ଼ାଇ ଗଡ଼ାଇ ଯାଉଥିବାର ଦେଖିବାକୁ ପାଇଥିଲେ । ଏହାପରେ ହରି ନାଏକକୁ ଅଟକାଇ ତଲାସି ନେବା ସମୟରେ ବ୍ୟାଗ ଭିତରୁ ୧୦ କିଗ୍ରା ଓଜନର ଜଙ୍ଗଲି ବାରହା ମାଂସ, ବାରହା ଶିକାର କରିବା ଫାଶ, କଟୁରୀ, ମୋବାଇଲ ଓ ଟର୍ଚ୍ଚ ବାହାରି ଥିଲା ଏବଂ ବହଳଦା ସେକ୍ସନ ବନପାଳ ମିନାକ୍ଷୀ ନାଏକ ଅଭିଯୁକ୍ତ ହରି ନାଏକଙ୍କୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ଅଥବା ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରି ଜଙ୍ଗଲି ବାରହା ଶିକାର କରିବାର ବିଭାଗୀୟ ଅନୁମତି ପତ୍ର ଯାଂଚ ପାଇଁ ମାଗିଥିଲେ । ମାତ୍ର ହରି ନାଏକ ଅନୁମତି ପତ୍ର ଦେଖାଇ ନ ପାରିବାରୁ ତାଙ୍କୁ ଗିରଫ କରିବା ସହ ମାଂସ ସହିତ ସମସ୍ତ ଜିନିଷପତ୍ରକୁ ଜବତ କରି ଡ଼ୁକୁରା ବନ୍ୟପ୍ରାଣୀ ବନାଂଚଳ ଅଧିକାରୀଙ୍କ ସମ୍ମୁଖରେ ହାଜର କରାଇଥିଲେ । ଆଜି ହରି ନାଏକଙ୍କ ବିରୋଧରେ କେଶ ନମ୍ବର ୦୨/୨୦୨୧-୨୨ ଅନୁସାରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି ।
Related Stories
November 24, 2024
November 24, 2024