
ଭଦ୍ରକ- ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରେ ଚିକିସôାଧୀନ ଥିବା ୨ ଜଣ ଅଭିଯୁକ୍ତ ଡୁ୍ୟଟିରେ ଥିବା ପୁଲିସ୍ ଆଖôରେ ଧୂଳି ଦେଇ ଚµଟ ମାରିବା ଘଟଣା ଚଚ୍ର୍ଚାର ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଇଦ୍ରେ ନମାଜ ପଢିବା ସମୟରେ କୋଭିଡ୍ ନିୟମ ପାଳନ କରିବାକୁ ନେଇ ଦୁଇପକ୍ଷଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଥିଲା। ପରେ ଉକ୍ତ ସଂଘବଦ୍ଧ ଆକ୍ରମଣ ଘଟଣା ଭିନ୍ନମୋଡ ନେଇଥିଲା। ଥାନାରେ ଏତଲା ପରେ ଉଭୟପକ୍ଷଙ୍କର ଅଭିଯୁକ୍ତକୁ ଅଟକ ରଖôବା ସହ ଆହତଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରେ ଚିକିସôା କରାଇଥିଲା ପୁଲିସ୍। ତେବେ ଚିକିସôାଧୀନ ଅବସ୍ଥାରେ ଡାକ୍ତରଖାନାରୁ ଚµଟ ମାରିଛନ୍ତି ୨ ଅଭିଯୁକ୍ତ। ପ୍ରାପ୍ତ ଖବର ମୂଳେ ଏହି ଜିଲାର ପୁରୁଣାବଜାର ଥାନା ଅଧୀନସ୍ଥ ବୁଧୁବାର ହାଟ ଅଂଚଳରେ ଇଦ୍ ଦିନ ନମାଜ ପାଠ ପରେ ଝଗଡା ହୋଇଥିଲା। ଏଥିରେ ଉଭୟପକ୍ଷରୁ ଏକାଧିକ ଆହତ ଓ ଗୁରୁତର ହୋଇଥିଲେ। ତେବେ ପୁରୁଣାବଜାର ଥାନାରେ ଉଭୟପକ୍ଷଙ୍କ ଏତଲା ପରେ ୫ ଜଣଙ୍କୁ ଧରିଥିଲା ପୁଲିସ୍। ଗୋଟିଏ ପକ୍ଷର ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଅପରପକ୍ଷର ୩ ଜଣଙ୍କୁ ପୁଲିସ୍ ହେପାଜତରେ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରେ ଚିକିସôା କରାଯାଉଥିଲା। ମାତ୍ର ଚିକିସôିତ ହେଉଥିବାବେଳେ ଆଜି ସେକ୍ ଭାଲୁ ଓ ସାହେବ ବାବୁ ନାମକ ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଏହି ଦୁଇ ଅଭିଯୁକ୍ତ ଫେରାର ହେବାପରେ ଅପରପକ୍ଷ ପୁଲିସ୍କୁ ଦୋଷ ଦେଇ ସେମାନେ ଜାଣିଶୁଣି ଅଭିଯୁକ୍ତଙ୍କୁ ଛାଡିଦେଇଥିବାର କହିଛନ୍ତି। ତେବେ ଏ ନେଇ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହó।