

ଭଦ୍ରକ- ଆଜି ଭଦ୍ରକ ପୌରପାଳିକାର ଜଣେ ପୂର୍ବତନ ବରିଷ୍ଠ ପାରିଷଦ ହେମଲତା ଦାସଙ୍କ ୭୦ ବର୍ଷ ବୟସରେ କଟକ ଅଶ୍ବିନୀ ହସ୍ପିଟାଲରେ ପୂର୍ବାହ୍ନ ୧୧.୧୦ ମିନିଟ୍ରେ କରୋନା ଜନିତ ମୃତୁ୍ୟ ଘଟିଛି। ସେ ଭଦ୍ରକ କଲେଜର ପୂର୍ବତନ ଉପାଧ୍ଯକ୍ଷ ସ୍ବର୍ଗତଃ ପ୍ରଶାନ୍ତ କୁମାର ଦାସଙ୍କର ସହଧର୍ମିଣୀ ତଥା ଭଦ୍ରକ ପୌରପାଳିକା ୧୩ ନଂ ଓ୍ବାର୍ଡର ପ୍ରାକ୍ତନ ପାରିଷଦ ପ୍ରଣୟ ଦାସଙ୍କ ମାତା ଅଟନ୍ତି। ସ୍ବର୍ଗତାଃ ଦାସ ଗତ କିଛିଦିନ ତଳେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ କନ୍ୟାଙ୍କ ଘରକୁ ବୁଲିବାକୁ ଯାଇଥିବାବେଳେ ସେଠାରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଭଦ୍ରକ ଅଣାଯିବା ପରେ ତାଙ୍କ ବାସଭବନରେ ଚିକିସôିତ ହେବା କାଳରେ ପଡିଯାଇ ମୁଣ୍ଡରେ ସ୍ନାୟୁଗତ ଆଘାତ ପାଇଥିଲେ। ତାଙ୍କୁ କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲକୁ ନିଆଯାଇ ଅବସ୍ଥା ସଂକଟାପନ୍ନ ଥିବାରୁ ଆଇସିୟୁରେ ରଖାଯାଇଥିଲା। ମାତ୍ର ମାସାଧିକ କାଳ ଚିକିସôିତ ହେବା ଅବସରରେ ଆଜି ମୃତୁ୍ୟ ଘଟିଛି। ତାଙ୍କୁ ଆଜି କଟକ ସ୍ଥିତ ସତୀଚଉରା ଶ୍ମଶାନ ଘାଟରେ ସଂସ୍କାର କରାଯାଇଛି। ତାଙ୍କ ପୁତ୍ର ପ୍ରଣୟ ମୁଖାଗ୍ନି ଦେଇଥିବାବେଳେ ନିକଟରେ ସାନପୁତ୍ର ପ୍ରଜୟ, ଦୁଇ ପୁତ୍ରବଧୂ, ପୁତୁରା ଓ ନାତି-ନାତୁଣୀ ଉପସ୍ଥିତ ଥିଲେ। ତାଙ୍କର ଏହି ବିୟୋଗରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଭଦ୍ରକ ବ୍ଲକ୍ର ପ୍ରାକ୍ତନ ଅଧ୍ଯକ୍ଷ ମଳୟ ଜେନା, ଉକôଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ପ୍ରମୋଦ ରାୟ, ଅବିନାଶ ପଣ୍ଡା, ସୁକାନ୍ତ ମହାନ୍ତି, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଅସିତ୍ ପାଣିଗ୍ରାହୀ ଓ ନିଶିକାନ୍ତ ନାୟକଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ ପୂର୍ବକ ତାଙ୍କ ଅମର ଆମôାର ସଦ୍ଗତି କାମନା କରିଛନ୍ତି।