

ଭଦ୍ରକ – ବର୍ଷ ପରେ ବର୍ଷ ଗଡ଼ୁଛି। ହେଲେ ତିହିଡ଼ି ବ୍ଲକ କାର୍ଯ୍ୟାଳୟର ପରିବେଶ ବିଗିଡ଼ିବାରେ ଲାଗିଛି। ଶାସକ ଓ ବିରୋଧୀ ଦଳର ଭୂମିକା ଏଠି ଗୌଣ। ସଂପୂର୍ଣ୍ଣ ବ୍ଳକକୁ ନେତୃତ୍ବ ଦେବା ପରି ଶାସକ ଦଳ ଭିତରେ ଏକତା ନାହó କି ଗଠନମୂଳକ ସମାଲୋଚନା କରିବା ପାଇଁ ବିରୋଧୀ ଦଳ ଭିତରେ ଆଗ୍ରହ ମଧ୍ୟ ନାହó। ଏହା ଯଦି ହୋଇନଥା’ନ୍ତା ଦୀର୍ଘ ବର୍ଷ ଧରି ତିହିଡ଼ିର ଐତିହ୍ୟ ସµନ୍ନ ଡାକବଙ୍ଗଳାଟି ଆଜି ପର୍ଯ୍ୟନ୍ତ ପରିତ୍ୟକ୍ତ ହୋଇପଡ଼ି ନଥା’ନ୍ତା। ଏବେ ପୁଣି ଚଚ୍ର୍ଚାରେ ରହିଲାଣି ତିହିଡ଼ି ବ୍ଲକ କାର୍ଯ୍ୟାଳୟର ସମ୍ମୁଖ ଭାଗର ଅବସ୍ଥା। କୃତ୍ରୁିମ ପୋଖରୀ ଏବେ ଏଠାରେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଚଚ୍ର୍ଚାର ଆରମ୍ଭ ହେଲାଣି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ‘ମୋ ପୋଖରୀ େଯାଜନା’ରେ ପୋଖରୀ ବୋଲି ଜନୈକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଲେଖôବା ବାସ୍ତବିକ ଆମ ପ୍ରଶାସନର ପାରିଲା ପଣିଆକୁ ଅଙ୍ଗୁଳି ନିର୍ଦେଶ କରୁଛି। େଯଉଁ କାର୍ଯ୍ୟାଳୟ ସମଗ୍ର ବ୍ଲକର ଉନ୍ନତିର ଦାୟିତ୍ବ ଗ୍ରହଣ କରିଛି ସେହି ବ୍ଲକ ସମ୍ମୁଖରେ ପାଣି ଜମି ରହିବା କେତେଦୂର ଯଥାର୍ଥ ବୋଲି ସମାଲୋଚନା ହେଉଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। ସୂଚନା େଯାଗ୍ୟ, ବ୍ଲକ ସମ୍ମୁଖରେ ଥିବା ଦୋକାନ ଗୃହ ଭାଙ୍ଗି ଦେବା ପରେ ପୁଣି ଗୃହ ନିର୍ମାଣ କରିବା ପାଇଁ େଯଉଁ େଯାଜନା ଥିଲା ତାହାକୁ ଭାଟପଡ଼ା ସମିତି ସଭ୍ୟ ସଂଗ୍ରାମ ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ବିରୋଧ କରିବାରୁ ତାହା ବନ୍ଦ ହୋଇରହିଛି। କାର୍ଯ୍ୟାଳୟ ସମ୍ମୁଖରେ ଅଧିକ ଫାଙ୍କା ଜାଗା ରଖôବାକୁ ପରାମର୍ଶ ଦିଆଯାଇଥିଲା। ତେବେ ପ୍ରାଚୀର ନିର୍ମାଣ କରାଯାଉନାହó। ଏହା ପରିବରେ୍ ଏକ ସୁଦୃଶ୍ୟ ଗେଟ ନିର୍ମାଣ ଚାଲିଛି। ବ୍ଲକ ସମ୍ମୁଖରୁ ପାଣି ନିଷ୍କାସନ କିପରି ହେବା ସେ ସµର୍କରେ ସହକାରୀ ଯନ୍ରୀ ବା କନିଷ୍ଠ ଯନ୍ରୀମାନେ େଯାଜନା ମଧ୍ୟ କରୁନାହାନ୍ତି। ସାଧାରଣ ଲୋକେ କିପରି ବ୍ଲକ କାର୍ଯ୍ୟାଳୟରେ ବିନା କଷ୍ଟରେ ପ୍ରବେଶ କରିପାରିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତୁ।