ପୁରୀ -ଆଜି ଗୋବର୍ଦ୍ଧନ ପୀଠରେ ଭଗବତ୍ ପାଦ ଆଦି ଶଙ୍କରଙ୍କ ଜୟନ୍ତୀ ପୀଠ ପୁରୋହିତ ଆଚାର୍ଯ୍ୟ ପଣ୍ଡିତ ବିଶ୍ଵମ୍ବର ଦାଶ,ବିକ୍ରମ କିଶୋର ଦାଶ, ଜଗନ୍ନାଥ ରଥ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ଦୁର୍ଗା ପ୍ରସାଦ ରଥ, ଭଗବାନ ପରିଛା ଓ ସୂର୍ଯ୍ୟ ପ୍ରସାଦ ତ୍ରିପାଠୀ ଙ୍କ ପୌରହିତ୍ୟରେ କରୋନା କଟକଣା ମଧ୍ୟରେ ନିରାଡାମ୍ବର ଭାବରେ ବୈଦିକ ରୀତିରେ ପାଳନ କରାଯାଇଛି ପ୍ରଥମେ ଜଳଯାତ୍ରା,ଅଧିବାସ,ପଞ୍ଚକର୍ମ,ମଣ୍ଡଳକରଣ,ଦେବତାସ୍ଥାପନ,ସୂର୍ଯ୍ୟପୂଜା,ଦ୍ଵାରପାଳପୂଜା,ବରୁଣପୂଜା,କଳସ,ପୂଜା,ସ୍ୱସ୍ତିବାଚନ,ସଂକଳ୍ପ,ମାତୃପୂଜନ,ନବଗ୍ରହପୂଜନ,ପଞ୍ଚକଳସ ପୂଜନ,ପୁରୁଷ ମୁକ୍ତ ହୋମ,ଶ୍ରୀସୁକ୍ତହୋମ,ଅବନ୍ତିହୋମ ପୀଠ ଦେବତା ହୋମ,ଶ୍ରୀ ବିଗ୍ରହଙ୍କ ନୂତନ ବସ୍ତ୍ରପରିଧାନ, ବେଶ,ମହତୀ ଭୋଗ,ଆଳତିପୁଷ୍ପାଞ୍ଜଳୀ ପରେ ଅପରାହ୍ନ ୫ ଘଟିକାଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ବିଜେ କରି ପଟୁଆର ଶୋଭାଯାତ୍ରାରେ ମାଆ ବିମଳାଙ୍କ ମନ୍ଦିରରେ ପନ୍ତିଭୋଗ ଖାଇ ଆଳତି ପରେ ବିମାନରେ ବିଜେ ହୋଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଅବସରରେ ଆଦି ଶଙ୍କରଙ୍କ ଜୀବନ ଦର୍ଶନ ଉପରେ ପୀଠର ଅନ୍ତେଃବାସୀଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପୂଜ୍ୟ ଦଣ୍ଡୀ ସ୍ବାମୀ ଶ୍ରୀ ପୁରୁଷୋତ୍ତମ ନାଥ ଅନନ୍ତଶ୍ରୀ ଦେବତୀର୍ଥ ଙ୍କ ସମେତ ଶ୍ରୀ ବାସୁଦେବ ତ୍ରିବେଣୀ, ଶ୍ରୀ ଉଦୟନାଥ ମହାପାତ୍ର, ଶ୍ରୀ ପ୍ରକୃଷ୍ଟ ପ୍ରକାଶ ବ୍ରହ୍ମଚାରୀ ଜୀ, ଶ୍ରୀ ସୁଧାଂଶୁ ମହାନ୍ତି, ମୁକ୍ତିମଣ୍ଡପ ଓ ପଣ୍ଡିତ ସଭାର ଶ୍ରୀ ଭଗବାନ ମହାପାତ୍ର, ରଘୁନାଥ ତ୍ରିପାଠୀ, ଉମାକାନ୍ତ ମିଶ୍ର, ଭୀମସେନ ମିଶ୍ର, ସନ୍ତୋଷ କୁମାର ଦାଶ, ପ୍ରଦୀପ୍ତ କୁମାର ମହାପାତ୍ର ଆଦି ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଆଦିତ୍ୟ ବାହିନୀର ଆଦିତ୍ୟ ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଗଣେଶ୍ୱର ମହାସୁଆର, ଦେବାଶିଷ ମିଶ୍ର, ଅଜୟ ଗୋଛିକାର, ରଞ୍ଜନ ଅଗ୍ରୱାଲ, ରାଜେନ୍ଦ୍ର ନାଥ ବେହେରା, ଗୌରବ ପାସୋରିଆ, ପୀତବାସ ନାୟକ, ରବିନାରାୟଣ ପଣ୍ଡା ଆଦି ପରିଚାଳନା କରିଥିଲେ ।
Related Stories
November 24, 2024
November 24, 2024