ଗଞ୍ଜାମ – ସୋମବାର ଠାରୁ ଭଞ୍ଜନଗର ତହସିଲରେ ଗଡ଼ିବା ଆରମ୍ଭ କରିଛି ରାଜସ୍ୱ ରଥ । ଏହି କରୋନା ମହାମାରୀ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ସେମାନଙ୍କୁ ନିଜ ଘରେ ରାଜସ୍ୱ ସେବା ଯୋଗାଇଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ତହସିଲଦାର ଆଲୋକ କୁମାର ପ୍ରଧାନ, ବିଭାଗୀୟ ଅଧିକାରୀ ଅନୀଲ କୁମାର ପଣ୍ଡା, ଏସଆରଏ ମହେଶ୍ୱର ପ୍ରଧାନ, ସଚ୍ଚିଦାନନ୍ଦ ପାତ୍ର ଓ ଅନ୍ୟ ରାଜସ୍ୱ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ରଥ ଭଞ୍ଜନଗର ତହସିଲର ବିଭିନ୍ନ ପଞ୍ଚାୟତ ଓ ଗ୍ରାମକୁ ଯାଇ ଲୋକଙ୍କୁ ରାଜସ୍ୱ ସେବା ପ୍ରଦାନ କରିବ । ଏହାଦ୍ବାରା ଲୋକଙ୍କୁ ଜମି ପଟ୍ଟା ବଣ୍ଟନ ଠାରୁ ଦରଖାସ୍ତ ଗ୍ରହଣ ଭଳି ସମସ୍ତ ସୁବିଧା ମିଳିବ ବୋଲି ଜଣାପଡ଼ିଛି । ପ୍ରଥମ ଦିବସରେ ଏହି ରଥ କୁଲାଡ଼ ଓ ବାରୁଡ଼ା ରାଜସ୍ୱ ନିରୀକ୍ଷକଙ୍କ ଅଞ୍ଚଳରେ ପହଞ୍ଚି ସେବା କାର୍ଯ୍ୟ ଆରମ୍ଭ କରିଥିଲା ।
Related Stories
November 24, 2024