ଭୁବନେଶ୍ୱର – ଏଣିକି ଭୁବନେଶ୍ୱରରେ ଥିବା ଗର୍ଭବତୀଙ୍କୁ କୋଭିଡ୍ ପରୀକ୍ଷା ପାଇଁ ଟେଷ୍ଟିଂ ସେଂଟଣ ଯିବାକୁ ପଡିବ ନାହିଁ । ବିଏମସିର ସ୍ୱତନ୍ତ୍ର ଟିମ୍ ଘରେ ପହଂଚି ସେମାନଙ୍କର ନମୂନା ସଂଗ୍ରହ କରିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କୋଭିଡ୍ ଲାଗି ଗର୍ଭବତୀମାନେ ଟୋଲ୍ ଫ୍ରି ନମ୍ୱର ୧୯୨୯ ରେ ଫୋନ୍ କରି ନିଜର ନାଁ, ଠିକଣା ଓ ଫୋନ୍ ନମ୍ୱର ଦେବେ । ତା’ପର ଦିନ ବିଏମ୍ସିର ମେଡିକାଲ୍ ଟିମ୍ ସେମାନଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରିବେ ।
ଉଲ୍ଲେଖ୍ୟଯୋଗ୍ୟ ଯେ ସୋମବାର ଠାରୁ ବିଏମସି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଟିକା ଦେବା ଲାଗି ନେବା ଆଣିବା କରିବା ଏବଂ ନମୂନା ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରାଯାଇଛି ।