

ଭୁବନେଶ୍ୱର – ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି ଭାବରେ ଶ୍ରୀ ବଟକୃଷ୍ଣ ରାଉତରାୟ ଏବଂ ବାଲିଅନ୍ତା ବ୍ଲକ କଂଗ୍ରେସ ସଭାପତି ଭାବରେ ଶ୍ରୀ ଜନ୍ମେଜୟ ସ୍ୱାଇଁ ନିଯୁକ୍ତି ପାଇଛନ୍ତି ବୋଲି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।