କେନ୍ଦ୍ରାପଡା- କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ କଲେଜର ମୋଟ୍ ୪୭୧ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାବଦ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । କରୋନା ମହାମାରୀ ପାଇଁ ଏହି ଟଙ୍କା ଛାତ୍ରଛାତ୍ରୀ ମାନଙ୍କ ବ୍ୟାଙ୍କ ଖାତାକୁ ୩୦ ହଜାର ଟଙ୍କା ଲେଖାଁଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଠାଯାଇ ଥିବା ଜଣାପଡିଛି । ଜିଲ୍ଲାରେ ମୋଟ୍ ୪୭୧ ଜଣ ଏହି ଲାପଟପ୍ ବାବଦ ଟଙ୍କା ପାଇଥିବା ବେଳେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର କଳା, ବିଜ୍ଞାନ ଓ ଭୋକେସନ୍ୟାଲ ର ୧୭୩ଜଣ ଛାତ୍ରଛାତ୍ରୀ ଏହି ଟଙ୍କା ପାଇଥିବା କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି ।
Related Stories
November 25, 2024