

ବାରିପଦା – ଆଜି ଓଡ଼ିଶାରୁ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୧,୭୩୨ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୪୧୮ ଜଣ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏବଂ ୧୬ ଦିନରେ ଆକ୍ରାନ୍ତ ସଂଖ୍ୟା ୪,୨୩୩ ରହିଥିବା ବେଳେ ମେ ୧୫ ସୁଦ୍ଧା ସୁସ୍ଥ ସଂଖ୍ୟା ୩,୦୯୯ରେ ପହଁଚିଛି । ଏଥି ସହିତ ଜିଲ୍ଲାରେ ଆକ୍ରାନ୍ତମାନଙ୍କ ସଂଖ୍ୟା ୨୧,୨୭୨କୁ ବୃଦ୍ଧି ପାଇଛି । ସେହିପରି ମେ ୧୫ ପର୍ଯ୍ୟନ୍ତ ଜିଲ୍ଲାରୁ ୧୮,୫୧୨ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୨,୬୬୭ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଂଟର, କୋଭିଡ଼ ହସପିଟାଲ, ଟିଏମସି ସେଂଟର, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ବେଳେ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୋଟ ୯୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ସପ୍ତାହାନ୍ତ ସଟ୍-ଡ଼ାଉନ ଓ ଗତ ମେ ୫ରୁ ୧୯ ପର୍ଯ୍ୟନ୍ତ ତାଲାବନ୍ଦ ଜାରି ରହିଥିବା ସତ୍ୱେ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଥମିବାର ନାମ ଧରୁନାହିଁ ।